ଆଉଟଡୋର ହୋଡିଙ୍ଗ୍ ଶିଳ୍ପରୁ ଟିକସ ଛାଡ ଦାବୀ

ଭୁବନେଶ୍ୱର: କରୋନା ଦ୍ୱାରା ପ୍ରଭାବିତ ଆଉଟଡୋର ହୋଡିଂ ଶିଳ୍ପ ଉପରୁ ଟିକଟ ଛାଡ ପାଇଁ ସମିତିର ଉପସଭାପତି ଯଜ୍ଞାଶିଷ ମହାପାତ୍ର ଓ ସମ୍ପାଦକ ସୁରେଶ ବିଶ୍ୱାଳ, କୋଷାଧ୍ୟକ୍ଷ ନାରାୟଣ ମହାନ୍ତି କହିଥିଲେ ଯେ, କୋଭିଡ୍-୧୯ (କରୋନା ମହାମାରୀ) ତୀବ୍ର ବେଗରେ ବ୍ୟାପିବା ଯୋଗୁଁ ସରକାର ଏହାକୁ ପ୍ରତିହତ କରିବା ପାଇଁ ଚଳିତ ମାର୍ଚ୍ଚ ମାସ ଠାରୁ ରାଜ୍ୟରେ ଲକ୍ଡାଉନ୍, ସଟ୍ଡାଉନ୍ ଯୋଗୁଁ ବିଜ୍ଞାପନ ଦାତା ମାନେ ଚାଲିଥିବା ବିଜ୍ଞାପନକୁ ପ୍ରତ୍ୟାହାର କରିନେଲେ । ବନ୍ଦର ପ୍ରଭାବ ଯୋଗୁଁ ଛୋଟ ବଡ ଦୋକାନ ଠାରୁ ଆରମ୍ଭ କରି କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପ ଆଜି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଆର୍ଥୀକ ସଙ୍କଟ ଯୋଗୁଁ ବିଜ୍ଞାପନ ଦାତା ମାନେ ହୋଡିଂରେ ବିଜ୍ଞାପନ ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରୁନାହାନ୍ତି ଫଳରେ ଶତ ପ୍ରତିଶତ ହୋଡିଂ ସଂପୂର୍ଣ୍ଣ ଫାଙ୍କା ପଡିଛି । ରାଜଗାରର ମାଧ୍ୟମ ସଂପୂର୍ଣ୍ଣ ଠପ୍ । ଅନ୍ୟପକ୍ଷରେ ଖର୍ଚ୍ଚ ମାତ୍ରା କମୁ ନାହିଁ । ।

Comments (0)
Add Comment