ରାୟଗଡା – ରାୟଗଡା ଜିଲ୍ଲାରେ ପୁଣିଥରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ୍ କରି ରାୟଗଡା ଜିଲ୍ଲାରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସୂଚନା ପରେ ଡା.ନାୟକ ଆକ୍ରାନ୍ତ ବ୍ୟକ୍ତି ମାନଙ୍କ ସଂପର୍କରେ ସୂଚନା ଦେଇଥିଲେ । ପ୍ରଥମ ଆକ୍ରାନ୍ତ ଜଣ ରାୟଗଡା ସହରର କସ୍ତୁରୀନଗର ସ୍ଥିତ ଓଏମପି ଛକ ଠାରେ ରହୁଥିଲେ । ତାଙ୍କ ବର୍ଷ ୭୨ ବର୍ଷ ହୋଇଥିବା ବେଳେ ସେ କିଛି ଦିନ ଧରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ରାୟଗଡା ମୁଖ୍ୟ ଚିକିତ୍ସାଳୟ, ପରେ କୋରାପୁଟ ମେଡିକାଲ କଲେଜର ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ସେବାରେ କୌଣସି ଉନ୍ନତି ନ ଘଟିବାରେ ସେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାବ ନମୁନା ଯାଂଚ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେହି ଅନ୍ୟ ଜଣେ ୬୦ ବୟସ୍କା ବୃଦ୍ଧା ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଡାରୀ ବ୍ଲକର ଢେପାଗୁଡାର ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ମଧ୍ୟ ଅଧିକ ଚିକିତ୍ସା ପାଇଁ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କ ସ୍ୱାବ ନମୁନା ଯାଂଚ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ ଆଜିର ୨ ଜଣଙ୍କୁ ମିଶାଇ ୧୪୧ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭ ଜଣ ଚିକିତ୍ସାଧିନ ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି ।