ଆକାଶଜ୍ୟୋତି ବିଦ୍ୟାଳୟର ବାର୍ଷିକ ଉତ୍ସବ

ଚମ୍ପୁଆ : ସ୍ଥାନୀୟ ଆକାଶ ଜ୍ୟୋତି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟଅତିଥି ଭାବେ ସହକାରୀ ଜିଲାପାଳ ଫୁରଲାଇ  ବେସ୍ରା, ସମ୍ମାନିତ ଅତିଥି ଭାବେ ମା ତାରିଣୀ ଡାକ୍ତରଖାନାର ନିର୍ଦ୍ଦେଶକ ଗଣେଶ୍ୱର ମହାନ୍ତ, ମୁଖ୍ୟବକ୍ତା ଭାବେ ସହକାରୀ କୃଷି ଅଧିକାରୀ ହୀରାମୋହନ ପାଣିଗ୍ରାହୀ , ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ବିରେନ ମହାନ୍ତ, ବିଦ୍ୟାଳୟର ଅଧ୍ୟକ୍ଷ ରବିକାନ୍ତ ରଜକ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମଞ୍ଚାସୀନ ଅତିଥି ଗଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Comments (0)
Add Comment