ଗ୍ରାମାଞ୍ଚଳରେ କାଠ ଗଣ୍ଡୀରେ ତେଲ ପ୍ରସ୍ତୁତ ର ପୁରାତନ ପଦ୍ଧତି
ଝରୀଗାଁ : ଆଜିବି ପୁରାତନ ପଦ୍ଧତିରେ କାଠ ଗଣ୍ଡି ବ୍ୟବହାର କରି ତେଲ ପେଡ଼ୁଥିବା ବିରଳ ଦୃଶ୍ୟ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି। ଆଜିର ଆଧୁନିକ ଯୁଗରେ ମଣିଷ ଆଧୁନିକ ଜ୍ଞାନ କୌଶଳ ସହିତ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର କରୁଛି |ତାର ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ଭାବେ ଆଧୁନିକ ଯନ୍ତ୍ରପାତି ଓ ଆଧୁନିକ ସାମଗ୍ରୀ ଉପରେ ନିର୍ଭର କରୁଛି |ତଥାପି ଅତ୍ୟାଧୁନିକ ସଭ୍ୟତା ଭିତରେ ଆଜି ବି ଗ୍ରାମାଞ୍ଚଳମାନଙ୍କରେ ପୁରାତନ ଯୁଗର ସାମଗ୍ରୀ ସବୁ କିଂଚିତ ମାତ୍ରାରେ ଲୋକେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି |ଧାନକୁଟା ଢ଼ିଙ୍କିରେ ଧାନ କୁଟିବା, ହଳଲଙ୍ଗଳରେ ଚାଷ କରିବା, ବଳଦମାନଙ୍କ ଦ୍ୱାରା ଧାନ ଅମଳ କରିବା, ପୁରାତନ ପଦ୍ଧତିରେ ତେଲ ପେଷିବା, ଦାଆ(ଇଲା )ଦ୍ୱାରା ଧାନ କାଟିବା ଆଦି ଆଜିବି କାମ ଆଜିବି ଝରୀଗାଁ ବ୍ଲକ ସଦର ମହକୁମାର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳେ |ସେଥିମଧ୍ୟରୁ ଦୁଇ ଟି କାଠଗଣ୍ଡି ଦ୍ୱାରା ଟୋଲ ରୁ ତୋଳାଟେଲ ବାହାର କରିବାର ପଦ୍ଧତି ଦେଖିବାକୁ ମିଳୁଛି |ତେଲ ପ୍ରସ୍ତୁତ କରିବା ପାଇଁ ବଜାରରେ ଅନେକ ପ୍ରକାର ଯନ୍ତ୍ରପାତି ଉପଲବ୍ଧ ଥିଲେ ମଧ୍ୟ ଗରିବ ଶ୍ରେଣୀର ଲୋକେ ତାହା କିଣିବାକୁ ଅସମର୍ଥ |ତା ଛଡା ଆଖପାଖ ଗ୍ରାମରେ ସେସବୁ ଯନ୍ତ୍ରପାତି ର ବିରଳ ବ୍ୟବହାର ଯୋଗୁଁ ବାଧ୍ୟହୋଇ ପୁରୁଣା ପଦ୍ଧତି କୁ ଛାଡି ପାରୁନାହାନ୍ତି ଲୋକ |ଜଙ୍ଗଲ କୁ ଯାଇ ଟୋଲ ସଂଗ୍ରହ କରି ଆଣି ତାକୁ ଚୋପା ଛଡେଇ ଭଲକି ଛେଚି ଶିଝେଇ ଦିଅନ୍ତି ତାପରେ ତାକୁ ଛୋଟ ଛୋଟ ଟୋକେଇ ପରି ଦେଖାଯାଉଥିବା ଦ୍ରବ୍ୟ ରେ ପୁରେଇ ମୁହଁକୁ ଭଲଭାବେ ବନ୍ଦକରି ଦୁଇଟି ଲମ୍ବା କାଠ ଗଣ୍ଡି ର ସହାୟତା ରେ ଟୋଲ ରୁ ତେଲ ଚିପୁଡି ଥାଆନ୍ତି |ଏହି ପଦ୍ଧତି ରେ ସୁଦ୍ଧ ତେଲ ବାହାର କରନ୍ତି |ଟୋଲତେଲ ଖାଇବା ପାଇଁ ଓ ଦେହରେ ଲଗେଇବା ପାଇଁ ବ୍ୟବହୃତ ହୋଇଥାଏ |ବଜାର ରେ ମିଳୁଥିବା ଟୋଲ ତେଲ ଅଧିକ ଦାମ ସାଙ୍ଗକୁ ତେଲରେ ଅନେକ ଅପମିଶ୍ରଣ ରହୁଛି |ସେଥିପାଇଁ ଗ୍ରାମାଞ୍ଚଳ ଲୋକେ ନିଜେ ପୁରାତନ ପଦ୍ଧତି ରେ ତେଲ ପ୍ରସ୍ତୁତ କରି ବ୍ୟବହାର କରୁଥିବା କୁହନ୍ତି। ପାଲିଆ ପଞ୍ଚାୟତ ରାମସା ଗାଁ ବାସିନ୍ଦା ତେଲ ପ୍ରସ୍ତୁତକାରି ସନ୍ୟାସୀ ଭତରା ଙ୍କ କହିବା ପ୍ରକାରେ ଆଦିବାସୀ ପରିବାର ମଧ୍ୟରେ ଏହାର ଚାହିଦା ବହୁଳ ଭାବରେ ରହିଥିବା ବେଳେ ଅଣ ଆଦିବାସୀ ଏହାକୁ ଔଷଧ ଭାବେ କିଣି ତ୍ଵଚାରେ ଲଗାଇଥାନ୍ତି। ତେଲ ପଡ଼ିବା ପାଇଁ କାଠ ଗାଣ୍ଡୀ ବ୍ୟବହୃତ ହେଉଥିବାରୁ ଟୋଲ ବିଜରେ ରହିଥିବା ଉପାଦାନ ନଷ୍ଟ ହୋଇନଥାଏ। ତେଲରେ ଅନେକ ଗୁଡିଏ ଔଷଧିୟ ଗୁଣ ଥିବାରୁ ତାକୁ ଲୋକେ ଯତ୍ନର ସହ ସାଇତି ରଖିଥାନ୍ତି |ଦେହରେ କାଛୁକୁଣ୍ଡିଆ ହୋଇଥିଲେ ଏହି ତେଲ ଲଗେଇଲେ କାଛୁକୁଣ୍ଡିଆ ଛାଡିଯାଏ |ବିଶେଷ କରି ଚାଷ ସମୟରେ ଗ୍ରାମାଞ୍ଚଳ ମହିଳାମାନେ ପଳାରୁଆ ପାଇଁ ଜମିକୁ ଯାଆନ୍ତି |ଦିନସାରା କାଦୁଅ ସହିତ ନିଜେ ବି କାଦୁଅ ପାଲଟି ଯାଆନ୍ତି |ଘରକୁ ଫେରି ଗାଧୁଆ ସାରି ଦେହସାରା ଏହି ତେଲକୁ ଲେପନ କରି ନିଜ ତ୍ୱଚାକୁ କାଛୁକୁଣ୍ଡିଆଠାରୁ ମୁକ୍ତ ରଖନ୍ତି। ଶରୀରର ତ୍ୱଚା କୁ ସଂକ୍ରମଣ ଠାରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ତ୍ବଚା କୁ ପୋଷଣ ଯୋଗାଇଥାଏ | ଏକ ଲିଟର ପିଛା ୧୨୦ ଟଙ୍କାରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଟୋଲା ମଞ୍ଜି କିଲୋ ପ୍ରତି ୪୦ ଟଙ୍କା ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ୩ ରୁ ୪ କିଲୋ ମଞ୍ଜିରେ ଏକ ଲିଟର ପର୍ଯ୍ୟନ୍ତ ତେଲ ବାହାରିଥାଏ।