ଆଞ୍ଚଳିକ ପୂଜ୍ୟପୂଜା ସଂସଦ ଏରସମାର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା  ଆଞ୍ଚଳିକ ପୂଜ୍ୟପୂଜା ସଂସଦ ତରଫରୁ ଷଷ୍ଠ ବାର୍ଷିକ ଉତ୍ସବ ସ୍ୱାମୀ ବିବେକାନନ୍ଦ କ୍ଳବ ସିହା, ସଭା ଗୃହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଯଜାତି କେଶରୀ ସାମାନ୍ତରାୟଙ୍କ ପରିଚାଳନା ଓ ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟକ୍ଷତାରେ କବିତା ଆସର ଓ ସମ୍ବର୍ଦ୍ଧିତ ସଭାରେ ଦୁଇ ଶହରୁ ଅଧିକ ପ୍ରତିଭା ଯୋଗଦେଇ ପୂଜ୍ୟପୁଜ ସଂସଦର ଅନେକ ପ୍ରଶଂସା କରଥିଲେ। ଦୀର୍ଘ ଛ ବର୍ଷ ଭ୍ରାମ୍ୟମାଣ କାର୍ଯ୍ୟକ୍ରମ କରି ବିନା ସ୍ୱାର୍ଥରେ ଅନେକ ସମାସ୍ୟା ଭିତରେ ଲୋକଙ୍କ ମନ କିଣି ପାରିଛନ୍ତି ସମ୍ପାଦକ ସାମାନ୍ତରାୟ। ଏହି ସଭାର ଅତିଥି ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଗୁରୁ – ସ୍ମୃତିସାଗର ମହାରାଜା, ଅ।ଡ଼ଭୋକେଟ ଅକ୍ଷୟ କୁମାର ସ୍ୱାଇଁ, ଧୀରେନ୍ଦ୍ର ବେହେରା, ଆଇନା ସମ୍ପାଦକ କ୍ଷେତ୍ରବାସୀ ସାହୁ, ପ୍ରେମଚରଣ ରାଉତ, ବସନ୍ତ ମଞ୍ଜରୀ ଦାସ, କୈଳାସ ଚନ୍ଦ୍ର ପ୍ରଧାନ, ଅରୂପାନନ୍ଦ ସ୍ୱାଇଁ, ବୈଦ୍ୟନାଥ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ସିହା ଗ୍ରାମର କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପୁସ୍ତକ “ଭାବ କଲ୍ଲୋଳ” ଉନ୍ମୋଚନ ହୋଇଥିଲା। ଶେଷରେ ଅନୁଷ୍ଠାନ ତରଫରୁ  ପ୍ରଶାନ୍ତ କୁମାର ସେଠୀ, ବାସବ କୁମାର ନନ୍ଦ, ମାନସୀପ୍ରଭା ସ୍ୱାଇଁ, ପୁରୁଷୋତ୍ତମ ଦାସ, ଭରତ ଚନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments (0)
Add Comment