ଆଠଗଡରେ ପ୍ରବେଶ ମନା

ଆଠଗଡ: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଆଠଗଡ ଉପଖଣ୍ଡରେ ଅନ୍ୟ ଅଞ୍ଚଳର ଲୋକଭ୍କ ପ୍ରବେଶ ଉପରେ ଜିଳ୍ଲା ପ୍ରଶାସନ ଆଜି କଟକଣା ଜାରୀ କରିଛି । ବିନା ଅନୁମତିରେ ଆଠଗହ ଉପଖଣ୍ଡରେ ବାହାର ଜିଲ୍ଲାରୁ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁର ବ୍ଳକରେ ପ୍ରବେଶ ଅନୁମତି ମିଳିବ ନାହିଁ । ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡିବ ।

Comments (0)
Add Comment