ଆଦିବାସୀ ବିଦ୍ୟାଳୟ ଭିତିଭୂମି ବିକାଶରେ ଏଏମଏନଏସ-ପୋର୍ଟ୍ସ ପାରାଦୀପର ସହଯୋଗ

ପାରାବୀପ : ଅର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ   (ଏଏମ୍/ଏନ୍‌ଏସ୍) ପୋର୍ଟ୍ସ ପାରାଦୀପ ଲିମିଟେଡ୍‌, ଏହାର ସିଏସ୍‌ଆର ପ୍ରୋଜେକ୍ଟ “ନିର୍ମାଣ” ଜରିଆରେ ପାରାଦୀପ ସ୍ଥିତ ଏକ ଆଦିବାସୀ ବିଦ୍ୟାଳୟ- ବିର୍ସାମୁଣ୍ଡା ନବପ୍ରଭାତ ବିଦ୍ୟାଳୟରର ଭିରିଭୂମି ବିକାଶ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଛି l ଏହା ସହଯୋଗରେ ଅଧ୍ୟୟନ କରୁଥିବା ବିଦ୍ୟାଳୟର ୨୫0 ଛାତ୍ରଛାତ୍ରୀଙ୍କୁ ଉପକୃତ ହେବେ l ଏଏମ୍/ଏନଏସ  ପୋର୍ଟସ୍ ପାରାଦୀପ ଲିମିଟେଡର ଏହି ପଦକ୍ଷେପକୁ ସ୍ଥାନୀୟ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି l ନବୀକରଣ ହୋଇଥିବା ଏହି ବିଦ୍ୟାଳୟକୁ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି ବୁଧବାର ଦିନ ଉଦଘାଟନ କରିଥିଲେ l ଏହି ଅବସରରେ ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ବସନ୍ତ ବିଶ୍ବାଳ, ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ, ସ୍ଥାନୀୟ ବାସିନ୍ଦା, ଏଏମ୍/ଏନଏସ୍ ଇଣ୍ଡିଆ ସିଏସଆର ମୁଖ୍ୟ ଡ଼ଃ. ବିକାଶ ୟାଦଭେନ୍ଦୁ ଏବଂ କମ୍ପାନୀର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ lଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟର ନବୀକରଣ ପାଇଁ ଏଏମ୍/ଏନ୍‌ଏସ୍ ଇଣ୍ଡିଆର ଏହି ସହଯୋଗୀତାକୁ ବସନ୍ତ ବିଶ୍ବାଳ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଅବସରରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ, ଓଡିଶା ଅପରେସନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି କହିଛନ୍ତି, “ ଶିକ୍ଷା ହେଉଛି ଆମର ପ୍ରମୁଖ ଶିକ୍ଷା କ୍ଷେତ୍ର, ଆମେ ଏହା ଉପରେ ବିଶେଷ ଧ୍ୟାନ ଦେଇଥାଉ ଏବଂ ଏହାର ସଠିକ୍ ଭିତ୍ତିଭୂମି ଶିକ୍ଷା ବିକାଶରେ ସହାୟ ହେଇପାରିବ l ଆମେ ଆମର ପ୍ରକଳ୍ପ ମାନଙ୍କର ପାରିପାର୍ଶ୍ଵିକ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ସାମାଜିକ ଓ ଆର୍ଥିକ ବିକାଶରେ ଆମର ଯୋଗଦାନ ଜାରୀ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ” । 

Comments (0)
Add Comment