ଆରଡି ମନ୍ଦିର ୩ ଦିନ ଲାଗି ବନ୍ଦ

ଭଦ୍ରକ: ଭ୍ରଦକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ମନ୍ଦିରରୁ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତିନିଦିନ ଲାଗି ଆଖଣ୍ଡଳମଣି ମନ୍ଦିର ବନ୍ଦ ପାଇଁ ପ୍ରଶାସନ ନିଷ୍ପତି ଗ୍ରହଣ କରିଛି । ଏନେଇ ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି । ତାଙ୍କର ସୂଚନା ଅନୁଯାୟୀ, ଆଜି ଦିନ ୧୨ଟାରୁ ଆଖଣ୍ଡମଳି ମନ୍ଦିର ଯିବାକୁ ବାରଣ କରାଯାଇଛି । ଆଗାମୀ ୧୭ ତାରିଖ ଯାଏ ଆଖଣ୍ଡମଣି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ବନ୍ଦ ରହିବ । ଏହି ସମୟରେ ମନ୍ଦିରରେ ସେବାୟତମାନେ କେବଳ ରୀତିନୀତି ଅନୁସାରେ ପୂଜା କରିପାରିବେ । ମନ୍ଦିର ଚାରିପାଖକୁ ସାନିଟାଇଜ୍ କରାଯିବା ସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

Comments (0)
Add Comment