ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ:ପ୍ରସିଦ୍ଧ ପ୍ରବଚକ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି । ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ତଳେ ଚିକିତ୍ସି ହେଉଥିଲେ । ସାମାନ୍ୟ ସୁସ୍ଥ ହେବା ପରେ ସେ ପୁରୀସ୍ଥିତ ରମାବଲ୍ଲଭ ନିଜ ବାସଭବନକୁ ଫେରି ହୋମ୍ ଆଇସୋଲେଶନରେ ଥିଲେ । ପରେ ପୁଣି ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ କୋଭିଡ ହସ୍ପିଟାଲ ଆଇଡିଏଚ୍‌ର ଆଇସିୟୁରେ ଭର୍ତି କରାଯାଇଥିଲା ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା । ତେବେ ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ଡା. ଦେବଦୁର୍ଲ ନାୟକ ସନ୍ଧ୍ୟା ୬ଟା ୩୦ରେ ପରିବାର ଲୋକଙ୍କୁ ଜଣାଇବା ପରେ ମୃତ୍ୟୁ ଖବର ସ୍ପଷ୍ଟ ହୋଇଥିଲା । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଉଲ୍ଲେଖଯୋଗ୍ୟ, ଚାରଣ ରାମଦାସ ପ୍ରବଚନ ପାଇଁ ଓଡ଼ିଶାର ଘରର ଘରର ପରିଚିତ ଥିଲେ । ଜଗନ୍ନାଥ ସଂସ୍କୃତି ଓ ପରମ୍ପାରା ପ୍ରଚାରକ ଭାବେ ତାଙ୍କ ବେଶ୍ ଖ୍ୟାତି ରହିଥିଲା । ତାଙ୍କ ହେରାପଂଚମୀର କାହାଣୀ ପୁରୀ ଜିଲ୍ଲାର ପ୍ରତି ଗାଁ ଗାଁରେ ଲୋକଙ୍କ ମନ କିଣିପାରିଥିଲା । ପ୍ରବଚକ ଭାବେ ସେ ପୁରପଲ୍ଲୀ ବୁଲି ମଧ୍ୟ ଜଗନ୍ନାଥ ପରମ୍ପରା ବର୍ଣ୍ଣନା କରିଛନ୍ତି । ସେ ୧୯୬୯ ମସିହା ମାର୍ଚ୍ଚ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

Comments (0)
Add Comment