ଆଳୁଗଦିରୁ ୨୦ ପଜେଟିଭ

ଭୁବନେଶ୍ୱର: ଆଇଗଣିଆସ୍ଥିତ ଆଳୁ ଗଦି ଏବେ ରାଜଧାନୀ ପାଇଁ ଚିନ୍ତାର ବଷୟ ହେବାକୁ ଯାଉଛି । ରାଜଧାନୀ ସମେତ ଆଖପାଖ ଜିଲ୍ଲାକୁ ଏଠାରୁ ଆଳୁ, ପିଆଜ ଏବଂ ବିଭିନ୍ନ କଂଚା ପରିବା ଯୋଗାଣ ହେଉଥିବା ବେଳେ ଏଠାରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିଲେଣି । ଗୋଟିଏ ଦିନରେ ୨୦ ଜଣ ଆକ୍ରାନ୍ତ ବାହାରିବା ପରେ ବ୍ୟବସାୟୀମାନେ ଏବେ ଆଳୁଗଦିକୁ ଯିବାକୁ ଡରିଲେଣି । ତିନି ଦିନ ତଳେ ଆଳୁ ଗଦିରେ ଥିବା ପରିବା ଗୋଦାମରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାପରେ ଆଉ ଦୁଇ ଜଣ ଚହ୍ନଟ ହୋଇଥିଲେ । ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ପୁରୁଷ ଶ୍ରମିକ ବୋଲି ଜଣାପଡ଼ିଛି । ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗୋଟିଏ ଗୋଦାମରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଆଳୁ ଗଦି ପ୍ରତି ବର୍ତମାନ ବିପଦ ନାହିଁ । ଯେଉଁ ପରିବା ଗୋଦାମରୁ ଆକ୍ରାନ୍ତ ବାହାରିଛନ୍ତି, ତାହା ଏବେ ଅଧାା ବନ୍ଦ ହୋଇଛି । ଅଧା ଅଂଚଳ ଖୋଲା ରଖି କାମ ଚାଲିଛି । ଏଠାରେ ପ୍ରାୟ ୫୦ ଜଣ ଶ୍ରମିକ କାମ କରୁଥିବା ବେଳେ ଆମେ ଯାହା ସନେ୍ଦହ କରିଥିଲୁ, ତାହା ଏବେ ସୁଦ୍ଧା ଘଟିଛି । ଏହି ଗୋଦାମ ସିଲ୍ ହେବ କି ନାହିଁ, ତାହା ନିଷ୍ପତି ହୋଇନି । କିନ୍ତୁ ଆଳୁ ଗଦି ଏବେ ସିଲ୍ ହେବାର ନାହିଁ । ଆଳୁ ଗଦି ସିଲ୍ ହେଲେ ରାଜଧାନୀ ପାଇଁ ସମସ୍ୟା ସୃଷ୍ଟି ହେବାର ଥିବାରୁ ବିଏମ୍ସି ଏନେଇ ସତର୍କତାମୂଳକ ପଦକ୍ଷେପ ନେଉଛି ।

Comments (0)
Add Comment