ଆସିକା ଓକିଲ ସଂଘ ବୈଠକରେ ଋଷିକୂଲ୍ୟା ଜିଲ୍ଲା ପାଇଁ ଦାବି

ଆସିକା : ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ଭାବ ବେସ ପରିଚିତ କିନ୍ତୁ ଦୁଃଖ ଓ ପଶ୍ଚାତତାପର ବିଷୟ ଆସିକା ଓକିଲ ସଂଘ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ନାଲି ଫିତାତଳେ ଚପାଈ ଦିଆଯାଉଛି ଆସିକା ଉପରେ ନିର୍ଭର କରୁଥିବା କବିସୂର୍ଯ୍ୟନଗର, ଧରାକୋଟ,ଶେରଗଡ,ସାନଖେମୁଣ୍ଡି, ହିଞିଳିକାଟୁ,କୁ ମିଶାଇ ୫ଟି ଏନ ଏସି ୧୮୦ଟି ପଞାୟତ ଓ ୧୧୩୪ଟି ଗାଁ କୁ ନେଈ ଋଷିକୂଲ୍ୟା ଜିଲ୍ଲା ଗଠନ କରିବା ପାଇଁ ଆଜି ଆସିକା ଓକିଲ ସଂଘର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ନେତ୍ରୁତ୍ୱ ରେ ସଂଘର ସଂପାଦକ ଛବିଳରାମ ମିଶ୍ର, ଉପସଭାପତି ପି.ଶିବଶଙ୍କର ପାତ୍ର, ଯୁଗ୍ମ ସମ୍ପାଦକ ଏନ.ଯଜ୍ଞେଶ୍ୱର ଆଚାରୀ,ବରିଷ୍ଠ ଆଈନଜିବୀ ରବିନ୍ଦ୍ର ନାଥ ଶର୍ମା ଶରତେନ୍ଦୁ ପଣ୍ଡା, ଅଜିତ ଚୌଧୁରୀ,ବିଦେଶୀ ନାହାକ, ମହେଶ୍ୱର ବେହେରା, ପ୍ରମୁଖ ଆସିକା ଜିଲ୍ଲା ପାଇଁ ଦାବି କରିଥିଲେ ଜିଲ୍ଲା ଗଠନ ଦାବିନେଈ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାଚନ ସଚିବ ଙ୍କୁ ଜଣାଈବା ପାଇଁନିଷ୍ପତି ନିଆଯାଇଛି ଆଈନଜିବୀ କାଳୀଚରଣ ଦାସ,ସୁଧାଂଶୁ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ନାୟକ,ସିମାଞଳ ସେଠୀ, ନାରାୟଣ ବେହେରା, ଙ୍କ ସମେତ ବହୁତ ଆଈନଜିବୀ ଉପସ୍ଥିତ ଥିଲେ ଓକିଲ ସଂଘର ସଭାପତି କହିଥିଲେ ୧୯୧୨ ମସିହା ଅକ୍ଟୋବର ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜିଲ୍ଲାର ସଂଖ୍ୟାକୁ ୧୩ରୁ ୨୩,ଓ ପରବର୍ତ୍ତୀ ସମୟରେ ୨୭ ପରେ ୩୦ କୁ ବୃଦ୍ଧିକରାଯାଇଥିଲା ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ଆସିକା ରୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ପରେ ଲଗାତାର ଗଞ୍ଜାମ ଜିଲ୍ଲା ରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସର୍ଵ ପ୍ରଥମେ ଆସିକା ରୁ ଓଏସ ଆରଟିବସ,ଆସିକା ସମବାୟ ବହୁମୁଖୀ କାର୍ଯାଳୟ,ସୂତାକଳ, ଶୀତଳଭଣ୍ଡାର,ଟାଈଲଫେକଟ୍ରୀ,ପରିବହୁତ କଳକାରଖାନା ସମ୍ପୂର୍ଣ ଭାବେ ଧ୍ୱଂସ ହେଇଗଲାଣି ଆଉ କିଛି ହବାକୁ ଯାଉଛି ନିଜେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ଵ କରି ମଧ୍ୟ ଏଥିପାଇଁ ନଜର ନଦେବା ଓ ବହୁତ ଦିନର ଆସିକା ସହରକୁ ଋଷିକୂଲ୍ୟା ଜିଲ୍ଲା ଗଠନ ପାଇଁ ଅବହେଳା ହେଊଥିବାରୁ ଆସିକା ବାସିନ୍ଦା ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Comments (0)
Add Comment