ଇଟରା ଗାଁ ସଂକ୍ରମଣ ପ୍ରତିରୋଧ ଅଂଚଳ

ଯାଜପୁର : ପ୍ରଶାସନର ସବୁ ପ୍ରକାର ପଦକ୍ଷେପ ସତ୍ୱେ କିଛି ଅମାନିଆ ଓ ଦାୟିତ୍ୱ ହୀନଙ୍କ ପାଇଁ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି କରୋନା ସ୍ଥିତି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍ ଅକରପଡ଼ା ପଂଚାୟତ ଇଟରା ଗ୍ରାମରେ । ଗତ ରବିବାର ଚିହ୍ନଟ ହୋଇଥିବା ଜଣେ ୨୪ ବର୍ଷୀୟ ସଂକ୍ରମିତଙ୍କ ବେପରୁଆ ମନୋଭାବ ତଥା ଦାୟିତ୍ୱହୀନତାକୁ ଆଧାର କରି ପ୍ରଶାସନର ନିର୍ଦେଶ କ୍ରମେ ଇଟରା ଗାଁକୁ ସଂକ୍ରମଣ ପ୍ରତିରୋଧ ଅଂଚଳ ଭଳି କଠୋର ପଦକ୍ଷେପ ନିଆଯାଇଛି । ସୋମବାର ଅପରାହ୍ନରେ ଦଶରଥପୁର ତହସିଲଦାର ସୈାଭାଗ୍ୟ ବେହେରା, ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ, ଅକରପଡ଼ା ସରପଂଚ ଜଗନ୍ନାଥ ମଲ୍ଳିକ, ପ୍ରମୁଖ ପୋଲିସ ଉପସ୍ଥିତିରେ ଗାଁର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ପ୍ରଶାସନ ସିଲ କରାଯାଇଛି । ପ୍ରଶାସନ ପକ୍ଷରୁ ସଂକ୍ରମର ପ୍ରତିରୋଧ ଅଂଚଳରେ ଥିବା ସମସ୍ତ ପରିବାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଛି ।

Comments (0)
Add Comment