ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ଅନେକ ଡିଜିଟାଲ୍ ବ୍ୟବସ୍ଥା ଗ୍ରାହକ ଅନୁଭୂତିକୁ ଉନ୍ନତ କରିଛି

ଭୁବନେଶ୍ୱର : କରୋନା ମହାମାରୀ ଆମେ ଯେଉଁ ଦୁନିଆକୁ ପୂର୍ବରୁ ଜାଣିଥିଲେ ତାହାର ସଂଜ୍ଞା ବଦଳାଇ ଦେଇଛି । ଆମେ ନୂତନ ସ୍ୱାଭାବିକ ସମୟରେ ପ୍ରବେଶ କରୁଥିବା ବେଳେ ଗ୍ରାହକ ଡିଜିଟାଲ୍ ବ୍ୟାଙ୍କିଙ୍ଗର ଚିନ୍ତାଧାରା ବଦଳିଗଲାଣି ।
ମହାମାରୀ ପରେ ଏଥିରେ ବଡ଼ ଧରଣର ପରିବର୍ତନ ଘଟିବ । ଡିଜିଟାଲ୍ ପ୍ରଯୁକ୍ତିରେ ହେଉଥିବା ନବସୃଜନ ବ୍ୟାଙ୍କ ଓ ଏହାର ପରିଚାଳନା ଉପରେ ବଡ଼ ଧରଣର ପ୍ରଭାବ ପକାଇଛି । ବ୍ୟାଙ୍କଗୁଡ଼ିକୁ ଏବେ ଉଭୟ ଫିଜିକାଲ୍ (ପ୍ରତ୍ୟକ୍ଷ) ଓ ଡିଜିଟାଲ୍ର ମିଶ୍ରଣରେ ସୃଷ୍ଟି ହୋଇଥିବା ଫିଜିଟାଲ୍ ଭାବେ କାମ କରିବାକୁ ପଡ଼ୁଛି । ବିଗତ ତିନି ମାସରେ ବ୍ୟାଙ୍କିଙ୍ଗ୍ ଶିଳ୍ପରେ ଅନେକ କିଛି ବଦଳିଯାଇଛି । କୋଭିଡ୍-୧୯କୁ ନଜରରେ ରଖି ସ୍ପର୍ଶବିହୀନ କାର୍ଡ ଓ ନଗଦ ବିହୀନ ଅର୍ଥନୀତି ଗ୍ରହଣୀୟ ହୋଇଛି । ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ଲାଗି ନିକଟରେ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ପକ୍ଷରୁ ସଂଚୟ ଖାତା ଏବଂ କ୍ରେଡିଟ୍ କାର୍ଡ ଗ୍ରାହକମାନଙ୍କ ପାଇଁ ଭିଡିଓ କେୱାଇସି୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଲାଇଭ୍ ଭିିଡିଓ ଜରିଆରେ ଏବେ ବ୍ୟାଙ୍କର ଗ୍ରାହକମାନେ ସଂଚୟ ଖାତା ଖୋଲିବା ସହ କ୍ରେଡିଟ୍ କାର୍ଡ ପାଇପାରୁଛନ୍ତି । କାଗଜପତ୍ରର ପ୍ରତ୍ୟକ୍ଷ ଯାଂଚର ଆବଶ୍ୟକତା ପନୁନାହିଁ ।
ସ୍ୱାବଲମ୍ବୀ ବ୍ୟକ୍ତି ଏବଂ ବ୍ୟାବସାୟିକ ସଂସ୍ଥାର ଚଳନ୍ତୀ ଖାତା ଖୋଲିବା ଲାଗି ବ୍ୟାଙ୍କ ପକ୍ଷରୁ ପ୍ରଥମ ଧରଣର ମୋବାଇଲ୍ ଆପ୍ଲିକେସନ୍ ଭିତିକ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଖାତା ଖୋଲିବାରେ ଅପଚୟ ହେଉଥିବା ସମୟ ସଂଚୟ ହେଉଛି । ଗ୍ରାହକମାନଙ୍କୁ ମଧ୍ୟ ଏହା ବିଶେଷ ସୁବିଧା ପ୍ରଦାନ କରୁଛି । କୋଭିଡ୍-୧୯ ବ୍ୟାପିବା ପୂର୍ବ ସମୟ ତୁଳନାରେ ଗତ ଜୁଲାଇରେ ଡିଜିଟାଲ୍ ମାଧ୍ୟମରେ ବ୍ୟାଙ୍କର ନୂଆ ଗ୍ରାହକ ସଂଖ୍ୟାରେ ୩ ଗୁଣା ବୃଦ୍ଧି ଘଟିଛି । ଗ୍ରାହକମାନେ ବିଶେଷତଃ ସଂଚୟ ଓ ମିଆଦୀ ଜମା ଖାତା ଖୋଲୁଛନ୍ତି ।
ଇଣ୍ଡସ୍ କର୍ପୋରେଟ୍ ମୋବାଇଲ୍ ଆପ୍ ଜରିଆରେ ବ୍ୟାଙ୍କ ପକ୍ଷରୁ ଗ୍ରାହକ ଏବଂ ତାଙ୍କ କାରବାର ବିଷୟରେ ବ୍ୟାଙ୍କର ଅଧିକାରୀମାନେ ବାସ୍ତବ ସମୟରେ ତଥ୍ୟ ହାସଲ କରିପାରୁଛନ୍ତି । ଏଥିରେ ଥିବା ଆପ୍ଲିକେସନ୍ ପ୍ରୋଗ୍ରାମ୍ ଇଟଂରଫେସ୍ ଜରିଆରେ କେୱାଇସି ଯାଂଚ ସମ୍ପାଦିତ ହୋଇପାରୁଛି ।
ନିକଟରେ ବ୍ୟାଙ୍କ ଏହାର କର୍ପୋରେଟ୍ ୱେବସାଇଟ୍ରେ ମଧ୍ୟ ପରିବର୍ତନ ଆଣି ଏଥିରେ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ଯୋଗ କରାଯାଇଛି ଯାହାକୁ ଗ୍ରାହକମାନେ ଡେସ୍କଟପ୍, ଲାପଟପ୍, ମୋବାଇଲ୍ ଫୋନ୍ ଓ ଟାବଲେଟ୍ରେ ହାସଲ କରିପାରନ୍ନ୍ି । ଗ୍ରାହକଙ୍କୁ ଉନ୍ନତ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବା ଲାଗି ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଏହାକୁ ସିଆର୍ଏମ୍୍ନେକ୍ସଟ୍ ସହ ଯୋଡ଼ାଯାଇଛି । ଏହା ଜରିଆରେ ଗ୍ରାହକଙ୍କ ଆବଶ୍ୟକତାକୁ ବ୍ୟାଙ୍କ ଆଗୁଆ ଜାଣିପାରୁଛି ଏବଂ ସେହି ଅନୁସାରେ ତାଙ୍କ ପାଇଁ ସେବା ଓ ଉପôାଦ ଯୋଗାଇ ଦେଉଛି, ଫଳରେ ବ୍ୟାଙ୍କ ପ୍ରତି ଗ୍ରାହକଙ୍କ ବିଶ୍ୱାସ ବଢ଼ୁଛି । ଅଭିନବ ପ୍ରଯୁକ୍ତି ଜରିଆରେ ଶ୍ରେÂ ମାନର ସେବା ଯୋଗାଇ ଦେବା ଲାଗି ବ୍ୟାଙ୍କ ରଖିଥିବା ଲକ୍ଷ୍ୟ ଅନୁସାରେ ଏହି ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।

Comments (0)
Add Comment