ଉଦଘାଟିତ ହେଲା ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା

ଭବାନୀପାଟଣା : ଆମ ଜିଲ୍ଲା କୃଷି ପ୍ରାଧାନ୍ୟ ଜିଲ୍ଲା, ଏହି ଜିଲ୍ଲାରେ ପ୍ରାୟ ନବେ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଅର୍ଥକାରୀ ଲାଭଜନକ ଫସଲ ଭାବେ ମୁଖ୍ୟତଃ ଧାନ, ମକା, କପା, ମାଣ୍ଡିଆ ସେହିଭଳି ଲାଭକାରି ଡାଲି ଏବଂ ତୈଳ ବୀଜ ଫସଲ ଭାବେ ମୁଗ, ବିରି, କୋଳଥ, କାନ୍ଦୁଳ, ଚିନାବାଦାମ ଆଦି ଚାଷ ହୋଇଥାଏ । ତେଣୁ କୃଷି ଏବଂ କୃଷକର ଊନତୀ ଲାଗି ସରକାର ସଦା ଚେଷ୍ଠିତ ଥିବା ବେଳେ କୃଷି ଭାଇମାନେ ଏହି ସରକାରୀ ସୁବିଧା ନେବାପାଇଁ ଯତ୍ନବାନ ହେବା ଉଚିତ । କୃଷକର ଉନ୍ନତି ହେଲେ, ଏହା କୃଷି ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ପଡିବା ସଂଗେ ସଂଗେ ପ୍ରଗତିଶୀଳ ବିକଶିତ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ । ସେମାନେ ଆମ ଦେଶର ମେରୁଦଣ୍ଡ ସଦୃଶ, ଏହିପରିପ୍ରେକ୍ଷୀ ରେ ଆଜି ଭବାନୀପାଟଣା ନିକଟସ୍ଥ କୃଷି ମହାବିଦ୍ୟାଳୟ ପ୍ରାଙ୍ଗଣରେ ପାଞ୍ଚଦିନ ଧରି ହେବାକୁ ଯାଉଥିବା କୃଷି ଯନ୍ତ୍ରପାତି ମେଳାର ଉଦଘାଟନି ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏଠାରେ ଚାଷୀ ଭାଇ ମାନଙ୍କର ସୁବିଧା ନିମନ୍ତେ  ଉନ୍ନ୍ନତ ମାନର କୃଷିଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦିଆଯିବା ସହ ବୈଜ୍ଞାନିକ ପଦ୍ଧତିରେ ଚାଷର ପ୍ରଣାଳୀ ଏହିମେଳରେ ପ୍ରଦର୍ଶିତ ହୋଇଛି । ଚାଷୀ ଭାଇଟି କିଭଳି ଖୁବ କମ ସମୟ ମଧ୍ୟରେ ଉନ୍ନ୍ନତମାନର ବୈଷୟିକ ଯନ୍ତ୍ରପାତିର ଉପଯୋଗ କରି ଅତ୍ୟାଧୁନିକ ବୈଜ୍ଞାନିକ ଜ୍ଞାନକୌଶଳ ଦ୍ୱାରା କମ ଜମିରୁ ସ୍ୱଳ୍ପ ଖର୍ଚରେ ଅଧିକ ଉତ୍ପାଦ ପାଇପାରିବ ଏହି ମେଳାର ମୂଳ ଲକ୍ଷ୍ୟ.ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦର ଅଧକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇଥିଲେ, ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ଶ୍ରୀଯୁକ୍ତ ବିଶେଶ୍ୱର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରଫେସର ମନୋରଞ୍ଜନ ଶତପଥୀ ଡିନ କୃଷି ମହାବିଦ୍ୟାଳୟ, ପ୍ରକୃତି ବନ୍ଧୁ ତଥା ଆତ୍ମା ଜୁନାଗଡର ଅଧକ୍ଷ ଅଶୋକ ପଟନାୟକ, ସଚି ମହାକୁଡ଼ ଆତ୍ମା ଭବାନୀପାଟଣା,ସଦର ବିଧାୟକଙ୍କ ପ୍ରତିନିଧି ମନୋଜ ସାହୁ, ଉଦ୍ୟାନ କୃଷି ଉପନିର୍ଦେଶକ ଶ୍ରୀଯୁକ୍ତ ମହାଲିଂ ପ୍ରମୁଖ ମଞ୍ଚାସିନ ଥିଲେ । ଶେଷରେ କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଜଗବନ୍ଧୁ ମାହାଲି ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କ କାର୍ଯ୍ୟକ୍ରମରେ ଲିପସା ମହାରଣା ମଞ୍ଚ ସଂଚାଳନ କରିଥିଲେ । ଏହିମେଳାରେ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରୁ ସହ ସହ ସଂଖ୍ୟାରେ କୃଷି ଭାଇ ଭଉଣୀ, ବୁଦ୍ଧିଜୀବୀ ସମସ୍ତେ ଉପସ୍ଥିତ ରହି ମେଳାର ମଜା ନେବା ସହ ପ୍ରାୟ ପଚାଶରୁ ଉର୍ଦ୍ଧ କୃଷି ଯନ୍ତ୍ରପାତି ଉପରେ ଲାଗିଥିବା ସ୍ଟଲଲ ବୁଲି ଦେଖୁଥିଲେ ।

Comments (0)
Add Comment