ଉପ-ନିର୍ଦେଶକ ରସାୟନ ବିଶ୍ଳେଷଣଙ୍କ କାର୍ଯ୍ୟାଳୟ ପରିସର ଜମିକୁ ଜବରଦଖଲ

  • ଥାନାରେ ଏତଲା

ବ୍ୟାସନଗର  : ବ୍ୟାସନଗର ପୌର ପରିଷଦ ଅଧୀନସ୍ଥ ଧବଳଗିରି ସ୍ଥିତ ଲ୍ୟାବରୋଟାରି ଅଫିସ ତଥା ଉପ ନିର୍ଦେଶକ ରସାୟନ ବିଶ୍ଳେଷଣଙ୍କ କାର୍ଯ୍ୟାଳୟ ପରିସର ଜମିକୁ ଧବଳଗିରି କାଳୀପୂଜା ମନ୍ଦିର କମିଟିର ସଦସ୍ୟା ମାନେ ଜବରଦଖଲ କରିଥିବା ଘଟଣାକୁ ନେଇ ଆଜି ଲ୍ୟାବରୋଟାରି ଅଫିସ ତରଫରୁ ଯାଜପୁର ରୋଡ଼ ଥାନାରେ ଏକ ଏତଲା କରାଯାଇଛି l ସୂଚନାମୁତାବକ ଧବଳଗିରି ସ୍ଥିତ ଲ୍ୟାବରୋଟାରି ଅଫିସ ତଥା ଉପ ନିର୍ଦେଶକ ରସାୟନ ବିଶ୍ଳେଷଣଙ୍କ କାର୍ଯ୍ୟାଳୟଟି ଦୀର୍ଘ ପ୍ରାୟ ୮0 ବର୍ଷରୁ ଉର୍ଦ୍ଧ ବର୍ଷ ଧରି ସ୍ଥାପିତ ହୋଇଥିବାବେଳେ, ଏହି କାର୍ଯ୍ୟାଳୟଟି ବ୍ୟାସନଗର ତହସିଲ ଅନ୍ତର୍ଗତ କୁସୁନପୁର ମୌଜାର ପ୍ଲଟ ନଂ ୧0୭୨, ୧0୭୩ ଓ ୧0୭୪ କୁ ନେଇ ପରିସର ଗଢିଉଠିଛି l ତେବେ ଦୀର୍ଘ ବର୍ଷର ପାଚେରୀକୁ ରୂପାନ୍ତରିକରଣ ନିମନ୍ତେ ଭଂଗାଯାଇ ଥିଲା କିନ୍ତୁ କାର୍ଯ୍ୟ ବିଳମ୍ବ ହେତୁ ଏହାର ଫାଇଦା ଉଠାଇଛି ଧବଳଗିରି କାଳୀପୂଜା କମିଟି l ହାଟ ୧ ତାରିଖର ଏହି ପାଚେରୀ ନିର୍ମାଣ କାର୍ଯ୍ୟକୁ କାଳୀପୂଜା ମନ୍ଦିର କମିଟି ତରଫରୁ ଧମକ ଦେଇ ବନ୍ଦ କରିଥିଲେ ଏବଂ ଗତ ୨ ତାରିଖ ରାତିରେ ଏହି କାର୍ଯ୍ୟାଳୟ ପରିସର ଜମିକୁ ସିମେଣ୍ଟ ପୋଲ ଦ୍ୱାରା ଅବରୋଧ କରାଯାଇଥିବା ଅଫିସ କର୍ମଚାରୀ ଦେଖିବାକୁ ପାଇଥିଲେ l ଏବଂ ପାଚେରୀରେ କାଳୀପୂଜା ମନ୍ଦିର କମିଟି ପରିସର ବୋଲି ଏକ ଫଳକ ମଧ୍ୟ ଲାଗିଛି l ତେବେ ଘଟଣାକୁ ନେଇ ଅଫିସ ତରଫରୁ କାଳୀପୂଜା କମିଟି ନାଁରେ ଯାଜପୁର ରୋଡ଼ ଥାନାରେ ଏକ ଏତଲା ଦାୟର କରାଯାଇଛି l ଏତଲାକୁ ଆଧାର କରି ଯାଜପୁର ରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ସିମେଣ୍ଟ ପୋଲକୁ ହଟାଇଥିଲା l ସୂଚନା ଥାଉକି ପୂର୍ବରୁ ଧବଳଗିରି କାଳୀପୂଜା କମିଟିର ଜାଗା ଅଭାବରୁ ଲ୍ୟାବରୋଟାରି ଅଫିସର ଅନୁମତିରେ ଉକ୍ତ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା l ତେଣୁ ଉକ୍ତ ଜାଗାକୁ ବେଆଇନ ଭାବେ ନିଜ ଅକ୍ତିଆରକୁ ନେବାପାଇଁ ଆଜି କାଳୀପୂଜା କମିଟି ପକ୍ଷରୁ ଉକ୍ତ ଜମିକୁ ଜବର ଦଖଲ କରିଛି l ତେବେ ଘଟଣାକୁ ନେଇ ପୋଲିସର ତଦନ୍ତ ଜାରିରହିଛି l

Comments (0)
Add Comment