ଏଟିଏମ ପାଲଟିଛି ଅସହାୟ ବୃଦ୍ଧାଙ୍କ ଆଶ୍ରୟସ୍ଥଳ

ଚମ୍ପୁଆ: ମାଳ ମାଳ ଯୋଜନା କରି ସରକାର ବିକାଶର ଡିଣ୍ଡିମ ପିଟୁ ଥିôବା ବେଳେ ଧନୀକ ନିର୍ବାଚନ ମଣ୍ଡଳୀ ଚମ୍ପୁଆ ଉପଖଣ୍ଡରେ ରାସ୍ତା ଘାଟର ଦୂରାବସ୍ଥା , ଖଟିଆରେ ରୋଗୀ ବୁହା ହେବା, ଅସହାୟ ବୃଦ୍ଧାଙ୍କ ଆଶୟସ୍ଥଳ ଏଟିମ ଗୃହ ପ୍ରଭୃତି ନଗ୍ନ ଘଟଣା ବିକାଶର ଅସଲ ସ୍ୱରୁପକୁ ପଦାରେ ପକାଇ ଦେଇଛି । ସରକାରୀ ଯୋଜନା ଓ ପ୍ରଶାସନିକ କଳ ପ୍ରତି ଏହା ଏକ ଉପହାସ ମାତ୍ର । ଏପରି ଏକ ଉପହାସର ଚିତ୍ର ଦେଖିବାକୁ ମିଳିଛି ଚମ୍ପୁଆ ସଦର ମହକୁମା ଠାରେ । ଏଠାରେ ଥିବା ଏକ ଏଟିଏମ ରୁମରେ ଜଣେ ଅସହାୟ ବୃଦ୍ଧା ଦିଘଁ ଦିନ ହେବ ନିଜର ପେଡି ପୁଟୁଳା ଧରି ନିର୍ବିଘ୍ନରେ ରହି ଆସୁଛନ୍ତି । ୨୦ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତା କଡରେ ଥିବା ଏଟିଏମ ରୁମରେ ଏହି ବୃଦ୍ଧା ଜଣକ ରହି ଆସୁ ଥିଲେ ହେଁ ତାହା ସାଧାରଣ ପ୍ରଶାସନ , ବ୍ୟାଙ୍କ ପ୍ରଶାସନ କିମ୍ବା ଏନଏସିର ନଜର କିପରି ଆସୁ ନାହିଁ । ତାହା ସାଧାରଣରେ ଆଲୋାଚନାର ବିଷୟ ପାଲଟିଛି । ଏହି ଏଟିଏମ ଭିତରକୁ ଟଙ୍କା ଉଠାଇବାକୁ ଗଲେ ରୁମ ଭିତର ଦୁର୍ଗନ୍ଧ ବାହରୁଛି । ଗ୍ରାହକ ଏଟିଏମ ଭିତରକୁ ଯାଇ ଟଙ୍କା ଉଠାଇବାକୁ ପସନ୍ଦ କରୁନାହାନ୍ତି । ତେଣୁ ଦାୟିତ୍ୱରେ ଥିବା ଅଧିକାରୀମାନେ ଅସହାୟ ବୃଦ୍ଧାଙ୍କୁ ଥଇିଥାନ କରି ଏଟିଏମ କାଉଣ୍ଟରକୁ ସର୍ବସାଧାରଣଙ୍କ ପାଇଁ ଖୋଲା କରିବାକୁ ବୁଦ୍ଧିଜିବୀ ମହଳରୁ ଦାବୀ ହେଉଛି ।

Comments (0)
Add Comment