ଏନଟିପିସି ତାଳଚେର ଥର୍ମାଲରେ ୭୪ତମ ସ୍ୱାଧିନତା ଦିବସ

ଭୁବନେଶ୍ୱର: ଏନଟିପିସି ତାଳଚେରରେ ଥର୍ମାଲ ଅଫିସ ପରିସରରେ ୭୪ତମ ସ୍ୱାଧିନତା ଦିବସ ସରକାରଙ୍କକ ସମସ୍ତ କୋଭିଡ-୧୯ ନିୟମାବଳୀକୁ ମାନି ପାଳନ କରାଯାଇଛି । ଏହି ଅବସରରେ ଚାଳଚେର ଥର୍ମାଲର ସମୂହ ମହା ପ୍ର୍ରବନ୍ଧକ ଶ୍ରୀ ଡି.ଏନ ତିୱାରୀ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଉତ୍ସବରେ ଏନଟିପିସିର ବହୁ ଅଧିକାରୀ, କର୍ମଚାରୀ, ସାଗରୀକା ମହିଳା କ୍ଲବର ସଦସ୍ୟମାନେ, ଅଫିସର ସଙ୍ଘର ସଦସ୍ୟ, କର୍ମଚାରୀ ସଙ୍ଗଠନର କର୍ମକର୍ତା ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ସଲାମୀ ପରେ ଜି.ଜି.ଏମ ତାଙ୍କର ଅଭିଭାଷଣରେ ଏନଟିପିସି ତାଳଚେର ଥର୍ମାଲର ରେକର୍ଡ ଉତ୍ପାଦନ ସମ୍ପର୍କରେ ସୁଚନା ଦେଇଥିଲେ । ଏନଟିପିସିର ବିଜୁଳି ଉତ୍ପାଦନ କ୍ଷମତା ୬୨୦୦୦+ଏମଡବ୍ଲୁ ରୁ ଉଦ୍ଧ୍ୱର୍ରେ ପହଂଚିଥିବାର ଓ ଦେଶର ୨୦%ରୁ ଅଧିକ ବିଜୁଳି କେବଳ ଏନଟିପିସି ଉତ୍ପାଦନ କରୁଥିବାରୁ ଖୁସି ପ୍ରକାଶ କରିଥିଲେ । କୋଭିଡ-୧୯ର ଏହି କଷ୍ଟକର ପରିସ୍ଥିତିରେ ତାଳଚେର ଥର୍ମାଲ ତାହାର ୧୦୦% ଉତ୍ପାଦନ ବଜାୟ ରଖି ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ଥିଲେ । ତାଳଚେର ଥର୍ମାଲ ବିଦ୍ୟାଳୟର ଡାକ୍ତର ଓ କର୍ମଚାରୀମାନେ ଏହି ବିଷମ ପରିସ୍ଥିତିରେ ସେମାନଙ୍କର ସର୍ବଶ୍ରେଷ୍ଟ ସେବା ପ୍ରଦାନ ଜାରୀ ରଖି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ତିୱାରୀ ପ୍ରକାଶ କରିଥିଲେ । ପରିଶେଷରେ ଡିଜିଏମ ଶ୍ରୀ ସମିତ କୁମାର ଦେବ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ସାଗରୀକା ମହିଳା ସଦସ୍ୟା ମାନନଙ୍କ ଦ୍ୱାରା ଥର୍ମାଲ ଜୁବୁଲି ପାର୍କରେ ସମୂହ ବୃକ୍ଷ ରୋପଣ କକରାଯାଇଥିଲା ।

Comments (0)
Add Comment