ଏସିଆନ ଆଥଲେଟିକ୍ସ ପ୍ରତିଯୋଗୀ ଧୁନ ଚନ୍ଦ୍ର ତରାଇଙ୍କୁ ପୂର୍ବତନ ବନ୍ଦର ଟ୍ରଷ୍ଟିଙ୍କ ସହାୟତା

ପାରାଦୀପ :  ଚଳିତ ନଭେମ୍ବର ମାସ ୧୪ ରୁ ୨0 ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ ମାଷ୍ଟର ଆଥଲେଟିକ୍ସ ଚାମ୍ପିୟନସିପରେ ପାରାଦୀପ ବନ୍ଦର କର୍ମଚାରୀ ଧୁନ ଚନ୍ଦ୍ର ତରାଇ (୫୮) ଭାରତର ପ୍ରତିନିଧିତ୍ୱ ପାଇଁ ମନୋନୀତ ହୋଇ ପାରାଦୀପ ପାଇଁ ଗୌରବ ଆଣିପାରିଛନ୍ତି l ତେବେ କୌଣସି ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ସହଯୋଗ ବିନା ଶ୍ରୀ ତରାଇ ନିଜସ୍ୱ ଖର୍ଚ୍ଚ ରେ ଏହି ଏସିୟ ସିନିଅର ଖେଳକୁଦରେ ଅଂଶଗ୍ରହଣ କରୁଥିବା ଜଣାପଡିଛି l ତେବେ ଏବାବଦରେ ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ପାରାଦୀପ ବନ୍ଦର ଏସସିଏସଟି କର୍ମଚାରୀ କଲ୍ୟାଣ ସଙ୍ଘ ସଭାପତି ଏବଂ ପାରାଦୀପ ପୋର୍ଟ ମଜଦୁର ସଙ୍ଘ ସାଧାରଣ ସମ୍ପାଦକ ପରେଶ ମୁର୍ମୁ ତାଙ୍କ ସଦସ୍ୟ ଶ୍ରୀ ତରାଇଙ୍କ ଗସ୍ତ ନିମନ୍ତେ କିଛି ଆର୍ଥିକ ସହାୟତା କରି ଏହି କ୍ରୀଡାରେ ତାଙ୍କର ସଫଳତା କାମନା କରିଛନ୍ତି l ତେବେ ଏହି ସହଯୋଗ ତାଙ୍କର  ଗସ୍ତ, ରହଣି ଓ ପ୍ରଶିକ୍ଷଣ ଖର୍ଚ୍ଚର ବୋଝକୁ କିଛି ମାତ୍ରାରେ ଲାଘବ କରିବ ବୋଲି ଶ୍ରୀ ତରାଇ କହିଛନ୍ତି l ସୂଚନାଥାଉକି,ସରକାର କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ରହିଥିବା ବେଳେ, ପାରାଦୀପରେ ବନ୍ଦର ସମେତ ଅନେକ ଶିଳ୍ପ ପ୍ରତିଷ୍ଠାନ ରହିଥିବା ସତ୍ବେ ପାରାଦୀପ ପାଇଁ ଗୌରବ ଆଣିଥିବା ଧୁନ ତରାଇଙ୍କୁ  ସହଯୋଗ ନକରିବାକୁ ନେଇ କ୍ରୀଡ଼ାବିତ ଏବଂ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l

Comments (0)
Add Comment