ଏହି ସହରରେ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ

ଜୟପୁର:କୋରାପୁଟ ପରେ ଜୟପପୁରରେ ଆରମ୍ଭ ହୋଇଛି ‘ଡୋର ଟୁ ଡୋର’ ସର୍ଭେ । ସହରର ପ୍ରତ୍ୟେକ ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ ଟିମ୍ । ପ୍ରତିି ୱାର୍ଡ ପାଇଁ ଗୋଟିଏ କର୍ମୀ, ସ୍ୱାସ୍ଥ୍ୟ ସାଥି ଏବଂ ଶିକ୍ଷକ ଅଛନ୍ତି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କର ତୁରନ୍ତ କୋଭିଡ୍ ପରୀକ୍ଷା କରାଯାଉଛି । ପୂର୍ବରୁ କୋରାପୁଟ ପୌରାଂଚଳ ସର୍ଭେ ହୋଇଥିଲା । ସେପଟେ ବଢୁଥିବା କରୋନା ସଂକ୍ରମଣ ପାଇଁ ଜୟପୁର ପୌରପାଳିକାରେ ଆରମ୍ଭ ହୋଇଛି ୪ଦିନିଆ ସଟ୍ଡାଉନ୍ । କୋରାପୁଟ ସିଡିଏମଓ ଙ୍କ କହିବା ଅନୁଯାୟୀ, କରୋନା ଭାଇରସ ଦ୍ରୁତ ଗତିରେ ବଢିଚାଲିଛି । ଏନେଇ ଡୋର ଟୁ ଡୋର ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ଆମର ୯୮ଟି ଟିମ୍ ଗଠନ କରାଯାଇଛି । ଏହି ଟିମରେ ଆଶା ଦିଦି, ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ଅଛନ୍ତି । ସେମାନଙ୍କୁ ସୁପରଭାଇଜର କରିବା ପାଇଁ ମେଡିକାଲ ଅଫିସରମାନେ ନିୟୋଜିତ ହୋଇଛନ୍ତି । ଲକ୍ଷଣ ଥିବା ଲୋକଙ୍କୁ ବାହାର କରି କୋଭିଡ ହସ୍ପିଟାଲରେ ଆଂଟିଜେନ୍ କିଟ୍ ପରୀକ୍ଷା କରିବାର ବନ୍ଦୋବସ୍ତ କରାଯାଇଛି ।

Comments (0)
Add Comment