ଏ ବର୍ଷ ଖୋଲିବନି ସ୍କୁଲ!

ଭୁବନେଶ୍ୱର: ଚଳିତ ମାସରେ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତି ନିଆଯାଇଥିଲା, ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ତେଣୁ ନଭେମ୍ବର ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବ ନାହିଁ । ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ ସୂଚନ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଚଳିତ ମାସରେ ନବମ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତିକୁ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ସାମୟିକ ଭାବେ ସ୍ଥଗିତ ରଖିଥିବା କୁହାଯାଇଛି । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶ ଏ ନେଇ କହିଛନ୍ତି, ରାଜ୍ୟରେ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ପାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଆନ୍ଧ୍ରପ୍ରଦେଶ ସମେତ କେତେ ରାଜ୍ୟରେ ସ୍କୁଲ ଖୋଲିବ । ପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବହୁମାତ୍ରାରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ଅନେକଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା ଆନ୍ଧ୍ରରେ ସ୍କୁଲ ଖୋଲିବା ପରେ ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ୧୬୦ ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି ସେହି ପରି ଅନ୍ୟ କେତେକ ରାଜ୍ୟରେ ମଧ୍ୟ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । ତେବେ ଆନ୍ଧ୍ରରେ ଯେଭଳି ସଂକ୍ରମଣ ବଢ଼ୁଛି ସେଭଳି ସ୍ଥିତି ଆଶଙ୍କା କରି ନିଷ୍ପତି ବଦଳାଯାଇଛି । କରୋନା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରୁ ସ୍କୁଲ ବନ୍ଦ ରହିଛି । ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିଛି । ଶୀତ ଋତୁରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଅଧିକ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ୨୦୨୦ ମସିହା ଶେଷ ସୁଦ୍ଧା ରାଜ୍ୟରେ ସ୍କୁଲ ଓ ନଖୋଲିବା ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପ୍ରର୍ଯ୍ୟନ୍ତ ନ ଖୋଲିବା ପାଇଁ ରାଜ୍ୟ ସରକାର ଗୁରୁତର ସହକାରେ ବିଚାର ବିମର୍ଷ କରୁଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣା ଯାଇଛି । ପ୍ରକାଶ ଥାଉକି ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୯-୨୦ ଶିକ୍ଷାବର୍ଷ ଶେଷ ଭାଗରୁ ସ୍କୁଲ ଓ କଲେଜ ଗୁଡିକୁ ବନ୍ଦ କରି ଦେଇଛନ୍ତି । ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆଦି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି ।

Comments (0)
Add Comment