ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ନୂଆବର୍ଷ ଭେଟି

  • 13 ଜାନୁଆରୀ 2024ରେ ରେଳମନ୍ତ୍ରୀ ନୂଆ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ
  • ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ୍ ର ଲୋକାର୍ପଣ
  • ବେତନଟୀଠାରେ ଉପମାର୍ଗ (ସବ୍ ୱେ) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ
  •  ବେତନଟୀଠାରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦ୍ଘାଟନ କରିବେ

ଭୁବନେଶ୍ୱର: ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 13 ଜାନୁଆରୀ 2024ରେ ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରି ଶୁଭାରମ୍ଭ, ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ, ଉପମାର୍ଗ (ସବ୍ ୱେ)  ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀ ରେଳ ଷ୍ଟେସନରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦ୍ଗାଟନ କରିବେ। ଗୋପୀନାଥପୁର ନୀଳଗିରି ଏବଂ ବାଲେଶ୍ୱର ମଧ୍ୟରେ ନୂତନ ଯାତ୍ରୀବାହୀ ଲାଇନର ଉଦ୍ଘାଟନ ହେବା ସହିତ ଏହି ଅଞ୍ଚଳର ଲୋକମାନେ ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇପାରିବେ । ତିନିଯୋଡ଼ି ମେମୁ ଟ୍ରେନ୍ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ । ସେହିପରି ବେତନଟୀରେ ନୂତନ ପିଆରଏସ୍ କାଉଣ୍ଟର ସଂରକ୍ଷିତ ଟିକେଟ ବୁକିଂ ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ ଲାଭଦାୟକ ହେବ। ବେତନଟୀ ଷ୍ଟେସନଠାରେ ଅଧିକ ଯାତ୍ରୀ ସୁବିଧା ଓ ନିରାପତ୍ତା ବ୍ୟବସ୍ଥା  ପାଇଁ ଏକ ଉପମାର୍ଗ (ସବ୍ ୱେ) ନିର୍ମ।ଣ କରାଯିବ। ଏହା ଷ୍ଟେସନକୁ ଯାତ୍ରୀମାନଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ସୁନିଶ୍ଚିତ କରିବା ସହ ସ୍ଥାନୀୟ ଅଧିବାସୀ ରେଳ ଟ୍ରାକ୍ ଅତିକ୍ରମ ନ କରି ଉପମାର୍ଗ (ସବ୍ ୱେ) ଦେଇ ଯାତାୟାତ କରିପାରିବେ।

Comments (0)
Add Comment