ଓଡ଼ିଶାର ଉତ୍କର୍ଷତା ଏହାର ପରଂପରା: ରାଜ୍ୟପାଳ

ଭୁବନେଶ୍ୱର: ସମସ୍ତଙ୍କୁ ସ୍ୱୀକାର କରିବା ଓ ସଭିଙ୍କୁ ପ୍ରେମ କରିବା ହେଉଛି ସକଳ ଚିନ୍ତନ ଓ ଅନ୍ୱେଷଣର ଶୀର୍ଷ ସ୍ତର । ଏହି ସ୍ତରକୁ ପଥ ଉଭୟ ଆନନ୍ଦମୟ ଓ ଆହ୍ୱାନ ପୂର୍ଣ୍ଣ । ନିଷ୍ଠା, କର୍ମକୁଶଳତା ଓ ଆନ୍ତରିକତା ମାଧ୍ୟମରେ ଏହା ସୁଗମ ହୋଇଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ର ବିଂଶ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ଉର୍କଷ ହେଉଛି ଏକ ପରଂପରା ଯେଉଁଥିପାଇଁ ଏହି ରାଜ୍ୟର ଅନ୍ୟନାମ ଉତ୍କଳ । ‘କାଦମ୍ବିନୀ’ ପତ୍ରିକା ଜଗତରେ ଉତ୍କର୍ଷର ଏକ ପ୍ରତୀକ । ଗତ ୨୦ ବର୍ଷର ଗୌରବମୟ ଯାତ୍ରାର ଅଭିଜ୍ଞତା ଓ ଉପଲ୨ିକୁ ଆଧାର କରି ଭବିଷ୍ୟତର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ‘କାଦ ମ୍ବିନୀ’ ନିଜକୁ ବିର୍ବିତ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ । ‘କାଦ ମ୍ବିନୀ’ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ପତ୍ରିକାର ଉଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଉଲ୍ଲେଖ କରି ଏହା ଅନେକାଂଶରେ ପୂରଣ ହୋଇଥିବା ପ୍ରକାଶ କରିଥିଲେ । ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପା…ଶାଣୀ ‘କାଦ ମ୍ବିନୀ’ ସହ ନିଜ ସଂପର୍କର ଅବତାରଣ କରି ପତ୍ର ିକାର ବିପୁଳ ଲୋକପ୍ରିୟତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ । ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା ପରିର୍ବିତ ପରିବେଶ ପାଇଁ ପତ୍ରିକା ନିଜକୁ ପ୍ରସ୍ତୁତ କରିବା ହେଉଛି ସମୟର ଆବଶ୍ୟକତା ଏବଂ ‘କାଦ ମ୍ବିନୀ’ର ଯାତ୍ରା ବେଶ ଉତ୍ସହଜନକ ବୋଲି କହିଥିଲେ । ସଂପାଦିକା ଇତି ସାମନ୍ତ ‘କାଦ ମ୍ବିନୀ’ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ‘କାଦ ମ୍ବିନୀ’ର ବିଶେଷ ସଂଖ୍ୟା, ‘କୁନିକଥା’ର ନୂତନ ସଂଖ୍ୟା, ନୂତନ ୱେବ ପତ୍ରିକା ‘କନ୍ୟା’କୁ ରାଜ୍ୟପାଳ ଲୋକର୍ପଣ କରିଥିଲେ । ‘କାଦ ମ୍ବିନୀ’ର ୨୦ ବର୍ଷ ର୍ପୂି ଉପଲକ୍ଷେ ଡ଼ାକ ଟିକେଟ୍କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ । କାଦ ମ୍ବିନୀର ପ୍ରଥମ ସଂଖ୍ୟାର ପ୍ରଚ୍ଛଦ ମଂଡ଼ନ କରିଥିବା ଅନୁ ଚୌଧୁରୀଙ୍କ ସମେତ ଗତ ବର୍ଷ ପ୍ରଚ୍ଛଦରେ ମଣ୍ଡନ କରିଥିବା ଚିତ୍ରତାରକାଙ୍କୁ ସଂବର୍ଧିତ କରାଯାଇଥିଲା । ‘କାଦ ମ୍ବିନୀ’ର ୨୦ ବର୍ଷର ଯାତ୍ରାକୁ ନେଇ ଏକ ଭିଡ଼ିଓ ବୃଚିତ୍ର ପ୍ରଦର୍ଶିତ ହୋଇଥିଲା । କୋଭିଡ଼-୧୯ ମାର୍ଗ ଦର୍ଶିକା ମୁତାବକ ମାସ୍କ ଓ ସାମାଜିକ ଦୂରତା ସହ ଉତ୍ସବ ସଂପାଦିତ ହୋଇଥିଲା ।

Comments (0)
Add Comment