ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ମହାତ୍ମାଗାନ୍ଧୀ ଓ ଲାଲ ବାହଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ପାଳନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ଜାତିର ଜନକ ମାହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଅଛି । ଏହି ଜୟନ୍ତ୍ରୀ ପାଳନ ଉତ୍ସବରେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଙ୍କର ପଟ୍ଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ । ଏହି ଅବଶରରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ମବଜନକୋ…. ସମୁହ ପାଠ କରାଯାଇଥିଲା । ଏହି ଜୟନ୍ତୀ ଅବଶରରେ ସଂସ୍ଥାର ସଚିବ ଶ୍ରୀଯୁକ୍ତ ଗଙ୍ଗାଧର ପାତ୍ର, ଆଇ.ଏ.ଏସ, ପ୍ରକଳ୍ପ ଅଧିକାରୀ ମାନଶ ରଂଜନ ଦାଶ,ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଡଃ ବସନ୍ତ କୁମାର ସାହାଣୀ, ପ୍ରଶାସନିକ ଅଧିକାରୀ ପ୍ରଭାତ କୁମାର ବିଶ୍ୱାଳ ନିର୍ବାହୀ ଅଧିକାରୀ ଇଂ ଲାଲାଟେଡୁ ସାହୁ ଓ ୟୁନିୟନର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ ଯେ ବାପୁ ନାମ ଭାରତୀୟ ଇତିହାସରେ ସବୁଠାରୁ ପ୍ରେରଣା ଦାୟକ ଓ କିମ୍ବଦନ୍ତୀ ମଧ୍ୟରୁ ଅନ୍ୟତମ । ସେ ଦେଶକୁ ସ୍ୱାଧିନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶ୍ର ମିଶ୍ର ଆହୁରୀ ମଧ୍ୟ କହିଥିଲେ ଯେ, ସତ୍ୟ, ଅହିଂସା ଓ ପ୍ରେମର ତାଙ୍କ ବାର୍ତା ସମାଜରେ ପ୍ରେରଣା କରି ବିଶ୍ୱର ରାସ୍ତା ପ୍ରଶସ୍ତ ହେଉ । ଗାନ୍ଧିଜୀ ସଂପୂର୍ଣ୍ଣ ମାନବତାର ପ୍ରେରଣା-ସ୍ରୋତ । ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର କହିଥିଲେ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲାବାହାଦୂର ଶାସ୍ତ୍ରୀଙ୍କର ଜୀବନ ଆମ ପାଇଁ ଅସରନ୍ତୀ ପ୍ରେରଣାର ଉତ୍ସ । ଶାସ୍ତ୍ରୀଙ୍କର ଜୀବନ ମଧ୍ୟ ଆମକୁ ସାଧୁତା ଓ ନୀତିବାନ କରିବାପାଇଁ ପ୍ରଚୁର ପ୍ରେରଣା ଦିଏ । ସାଧୁତା ଓ ନିତିନିଷ୍ଠତା ତାଙ୍କପାଇଁ ଥିଲା ଆଧ୍ୟାତ୍ମିକତାର ଦୁଇଟି ସୋପାନ । ଶେଷରେ ସଂସ୍ଥାର ସଚିବ ଶ୍ରୀ ପାତ୍ର ଗାନ୍ଧିଜୀଙ୍କର ଅହିଂସା ଆନେ୍ଦାଳନ ଓ ଶାସ୍ତ୍ରକ ନିଷ୍ଠପରତା ଓ ସଚୋଟତା ଉପରେ ଆଲୋକପାତ କରିଥିଲେ । ସଚିବ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାସଂଗ କରିଥିଲେ ।

Comments (0)
Add Comment