ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ -୩ ସ୍ଥିତ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥା ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହରେ କୋଭିଡ ନିୟମ ମାନି ପାଳିତ ହୋଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ପ୍ରଥମେ ଜାତିୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତୋଳନ କରିଥିଲେ । ସେ ଏକ ସଂକ୍ଷିପ୍ତ ଅଭିଭାଷଣରେ ପରାଧୀନତାର ଶୃଙ୍ଖଳରୁ ଦେଶମାତୃକାକୁ ମୁକ୍ତି ପାଇଁ ତ୍ୟାଗ ଓ ବଳିଦାନ ଦେଇଥ୍ôବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହ ଏବେ କୋଭିଡ ଯୋଦ୍ଧା ମାନେ ଯେଉଁଭଳି ସାହସର ସହ ସମାଜର ସେବା କରିଚାଲିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଶଂସା କରିଥିଲେ । ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରି ଯେପରି ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଏକନମ୍ବର ସ୍ଥାନର ଅଧିକାର ହୋଇାରିଛନ୍ତି । ଏବଂ ଓଡ଼ିଶାର ଦୃତ ପ୍ରଗତିର ଧାରା ବଜାୟ ରଖିଛନ୍ତି , ସେହିପରି ରାଜ୍ୟ ଗୃହନିର୍ମାଣ ସଂସ୍ଥାର ସମସ୍ତ କର୍ମଚାରୀମାନେ ମିଳିତ ଭାବେ ନିରନ୍ତର କର୍ମ କରି ଏହି ସଂସ୍ଥାକୁ ରାଜ୍ୟର ଏକନମ୍ବର ସଂସ୍ଥା ଭାବେ ପରିଣତ କରିବାକୁ ଉପସ୍ଥିତ ଥିବା ସମସ୍ତ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଉସôବ ପ୍ରାରମ୍ଭରୁ ସଂସ୍ଥାର ସଚିବ ଶ୍ରୀଯୁକ୍ତ ଗଙ୍ଗାଧର ପାତ୍ର , ଆଇ. ଏ.ଏସ, ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ସାମଲ, ଭୂମି ଓ ପ୍ରଶାସନିକ ଅଧିକାରୀ ସାରାଧନା ଦାସ , ଓ.ଏ.ଏସ , କର୍ମଚାରୀ ସଂଗଠନର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତି ଓ ୱାର୍କସ ୟୁନିୟନର ସମ୍ପାଦକ ଶ୍ରୀ ଶ୍ରୀନିବାସ ମିଶ୍ର ଓ ଅନ୍ୟମାନଙ୍କ ସହ ଗାନ୍ଧିଜୀଙ୍କର ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଜଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ଶୁଭେଚ୍ଛା ଜଣାଇଥିଲେ ।

Comments (0)
Add Comment