ଭୁବନେଶ୍ୱର : ଦେଶରେ ଆଜି୭୫ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାର ମୁଖ୍ୟ ଦପ୍ତର ଗୃହନିର୍ମାଣ ଭବନ ପରିସରରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସଂସ୍ଥାର ଅଧକ୍ଷ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଏହି ଉତ୍ସବର ମୁଖ୍ୟ ଅତଥିଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ, ଗୃହ ନିର୍ମାଣ ସଂସ୍ଥାକୁ ରାଜ୍ୟର ଏକ ଅଗ୍ରଣୀ ଓ ଲାଭଜନକ ସଂସ୍ଥା ଭାବେ ପ୍ରତିଷ୍ଠିତ କରିବା ପାଇଁ, ନିଷ୍ଠାର ସହ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଏହା ସହ କୋଭିଡ ମହାମାରୀର ସଫଳ ମୁକାବିଲା ପାଇଁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ, ନିକଟରେ ଶେଷ ହୋଇଥିବା ଅଲମ୍ପିକରେ ପଦକ ବିଜୟୀ ହୋଇଥିବା ଓ ଅଂଶ ଗ୍ରହଣ କରିଥିବା ରାଜ୍ୟ ଖେଳାଳି ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
ଉତ୍ସବ ପ୍ରାରମ୍ଭରେ, ଏକ ସୁସଜ୍ଜିତ ଆସ୍ଥାନରେ ରଖାଯାଇଥିବା ଗାନ୍ଧିଜୀଙ୍କ ପ୍ରତିକୃତିରେ, ସଂସ୍ଥାର ଅଧକ୍ଷ ଶ୍ରୀମିଶ୍ର, ମୁଖ୍ୟଯନ୍ତ୍ରୀ ପରୀକ୍ଷିତ ଦାସ, ସ୍କିମ ଅଫିସର ମାନସ ରଂଜନ ଦାସ, ପିଆରଓ ବସନ୍ତ କୁମାର ସାହାଣୀ ଓ କର୍ମଚାରୀ ସଂଘ ସଭାପତି ମନୋଜ କୁମାର ମହାନ୍ତି ପ୍ରଭୃତିଙ୍କ ଦ୍ୱାରା ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା । ସଂଧ୍ୟାରେ ସଂସ୍ଥା ଅଟ୍ଟାଳିକାକୁ ରଙ୍ଗୀନ୍ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା ।