ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୧୫୩ଟି ଟ୍ୟାଙ୍କର ଯୋଗେ ୨୮୭୯.୦୮୨ ଟନରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଳାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁଗୁଳ ଜିଲ୍ଲାରୁ ୨୧ଟି ଟ୍ୟାଙ୍କର ଯୋଗେ ୩୪୨.୮୨ ଟନ୍, ଢେଙ୍କାନାଳ ଜିଲ୍ଳାରୁ ୨୮ଟି ଟ୍ୟାଙ୍କର ଯୋଗେ ୪୫୩.୭ଟନ୍, ଯାଜପୁର ଜିଲ୍ଳାକୁ ୪୩ଟି ଟ୍ୟାଙ୍କର ଯୋଗେ ୮୯୫.୬୬ଟନ୍ ଏବଂ ରାଉରକେଲାରୁ ୬୧ଟି ଟ୍ୟାଙ୍କର ଯୋଗେ ୧୧୮୬.୯୦୨ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ୪୯ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୧୦୩୫.୩୬ ଟନ୍, ୪୧ଟି ଟ୍ୟାଙ୍କର ଯୋଗେ ତେଲେଙ୍ଗାନାକୁ ୭୦୨.୪୩୯ଟନ୍, ତାମିଲନାଡୁକୁ ୩ଟି ଟ୍ୟାଙ୍କର ଯୋଗେ ୫୩.୪୬ ଟନ୍, ହରିୟାଣାାକୁ ୧୩ଟି ଟ୍ୟାଙ୍କରରେ ୨୯୭.୬୬୨ଟନ୍, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କରରେ ୧୧୨,୦୬ ଟନ୍, ଯୋଗାଇ ଦିଆଯାଇଛି ।