ଓଡିଶାର ପ୍ରତ୍ୟେକ ଲୋକ ହରାଇଛନ୍ତି ହାରାହାରି ୧୪୭୪୫ ଟଙ୍କା


ଭୁବନେଶ୍ୱର : କରୋନା ସଂକ୍ରମଣଯୋଗୁଁ ଭାରତର ପ୍ରତ୍ୟେକ ନାଗରିକ ଆର୍ଥିକ କ୍ଷତିଗ୍ରସ୍ତ ହୋଇଛନ୍ତି । ମୁଣ୍ଡ ପିଛା ଦେଶର ପ୍ରତ୍ୟେକ ବ୍ୟକ୍ତି ହାରାହାରି ୨୭ହଜାର ଟଙ୍କା ହରାଇଛନ୍ତି । ଆଉ ରାଜ୍ୟ ଅନୁସାରେ ଏହାର ହିସାବ କଲେ କେଉଁଠି ଅଧିକ ତ କେଉଁଠି କମ୍ । ଆକଳନ ଅନୁସାରେ ଓଡିଶା କରୋନା ଯୋଗୁଁ ୬୩୪୦୩ କୋଟି ଟଙ୍କା କ୍ଷତି ସହିଛି । ରାଜ୍ୟର ୪.୫ କୋଟି ଜନସଂଖ୍ୟା ଆଧାରରେ ଜଣପିଛା ଓଡିଶାର ପ୍ରତ୍ୟେକ ଲୋକ (ପିଲାଠାରୁ ବୁଢାଙ୍କ ପର୍ଯ୍ୟନ୍ତ) ୧୪୭୪୫ ଟଙ୍କା ଆର୍ଥିକ କ୍ଷତିିଗ୍ରସ୍ତ ହୋଇଛନ୍ତି ।
କରୋନା ଭୂତାଣୁ ସଂକ୍ରମଣ ଆପଣଙ୍କ ଉପରେ କେତେ ପ୍ରଭାବ ପକାଇଛି ? ହୁଏତ ଏ ପ୍ରଶ୍ନରେ କେହି କହିପାରନ୍ତି ବହୁତ, କେହି କହିପାରନ୍ତି କମ୍, ବା କେହି କହିପାରନ୍ତି କିଛି ପ୍ରଭାବ ପକାଇନାହିଁ । ମାତ୍ର ବାସ୍ତବିକତା ହେଉଛି କରୋନା ଅନ୍ୟ ଦେଶ ପରି ଭାରତର ପ୍ରତ୍ୟେକ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ କରିଛି । ଦେଶର ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ଦେଶର ସବୁଠାରୁ ବଡ ବ୍ୟାଭ୍କ ଏସବିଆଇର ଏକ ରିପୋର୍ଟରେ ଏହା ପ୍ରତିଫଳିତ ହୋଇଛି ।
ଆର୍ଥିକ ପରିସଂଖ୍ୟାନ ଓ ଡାଟା ସଂକ୍ରାନ୍ତରେ କାର୍ଯ୍ୟ କରୁଥିବା ୱେବସାଇଟ୍ ‘ଫ୍ୟାକଲ୍ଟି’ର ରିପୋର୍ଟ ଅନୁସାରେ କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ରାଜ୍ୟ ସରକାର ଢେର କରଜ କରିଛନ୍ତି । ପ୍ରତ୍ୟେକ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଗତ ଆର୍ଥିକ ବର୍ଷରେ ନିଆଯାଇଥିବା କରଜ ତୁଳନାରେ ଚଳିତ ବର୍ଷ ବିଭିନ୍ନ ରାଜ୍ୟସରକାର ‘ଡେଭଲପମେଂଟ ଲୋ୍ନ’ ଭାବରେ ୧.୩୨ ଲକ୍ଷ କୋଟି ଟଙ୍କା ଅଧିକ କରଜ ନେଇଛନ୍ତି । ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୪୨% ଅଧିକ । ଏହି ପରିସଂଖ୍ୟାନ ଅନୁସାରେ ଚଳିତ ବର୍ଷ କେବଳ ଏପ୍ରିଲ ମାସରେ ରାଜ୍ୟ ସରକାରଗୁଡିକ ୫୫୩୩୨ କୋଟି ଟଙ୍କା ଋଣ କରିଛନ୍ତି । ୨୦୧୯ ଏପି୍ରଲମାସରେ ଏହି ପରିମାଣ ୨୯୫୭୨ କୋଟି ଟଙ୍କା ରହିଥିଲା । ଅର୍ଥାତ୍ କେବଳ ଏପି୍ରଲମାସରେ ଗତବର୍ଷ ତୁଳନାରେ ରାଜ୍ୟଗୁଡିକ ପାଖାପାଖି ଅଧିକ ୨୬ ହଜାରକୋଟି ଟଙ୍କା ଋଣ ନେଇଛନ୍ତି । ସେହିପରି ମେ ମାସରୁ ଜୁଲାଇ ମାସ ମଧ୍ୟରେ ରାଜ୍ୟସରକାରଗୁଡିକ ୪୫ ହଜାର କୋଟି ଟଙ୍କା କଜର କରିଥିବା ସୂଚନା ମିଳିଛି ।

Comments (0)
Add Comment