ଓଡିିଶା ସାହିତ୍ୟ ଏକାଡେମୀକୁ ଦୁଇଜଣ ସାହିତ୍ୟିକ ମନୋନୀତ

ବାରିପଦା: ଆଗାମୀ ତିନିବର୍ଷ ପାଇଁ ଓଡିଶା ସାହିତ୍ୟ ଏକାଡେମୀର ସଦଶ୍ୟ ଭାବରେ ମୟୂରଭ ଜିଲ୍ଲାରୁ ଦୁଇଜଣ ସାହିତ୍ୟିକ ମନୋନୀତ ହୋଇଛନ୍ତି । ଏବାବଦରେ ଗତ ଜୁଲାଇ ୨୧ ତାରିଖରେ ଏକାଡେମୀ ପକ୍ଷରୁ ପ୍ରକାଶିତ ତାଲିକାରୁ ଜଣାଯାଇଛି । ଉତର ଓଡିଶା ବିଶ୍ୱ ବିଦ୍ୟାଳୟ ବାରିପଦାର ପ୍ରତିନିଧି ଭାବରେ ବାରିପଦାରୁ ବିଶିଷ୍ଟ ଗାଲ୍ପିକ ପଦ୍ମନାଭ ସାହୁ ମନୋନୀତ ହୋଇଛନ୍ତି । ସେହିପରି ଆଉଜଣେ ଲେଖକ ତଥା ଅନୁବାଦକ ଶ୍ରୀ ଅଜିତ ପାତ୍ର ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀକୁ ମନୋନୀତ ହୋଇ ଥିବାର ଜଣାଯାଇଛି ।ଶ୍ରୀ ପାତ୍ରଙ୍କ ଜନ୍ମ ୩ ଜାନୁୟାରୀ ୧୯୭୧ ମସିହା ରେ ଭାରତର ଅଧୁନା ଝାଡଖଣ୍ଡ ରାଜ୍ୟର ଶାସନ ଗ୍ରାମରେ ନିଜ ଗ୍ରାମର ମାତୃଭାଷା ଓଡିଆ । ପୂର୍ବରୁ ଏହି ଅଂଚଳ ମୟୂରଭ ରାଜ୍ୟରେ ଥିବାରୁ ଗ୍ରାମରେ ଏକ ଓଡିଆ ଉଚ୍ଚ ବିଦ୍ୟାଳୟ ମଧ୍ୟ ରହିଛି । ଶ୍ରୀ ପାତ୍ର ନିିଜର ମୌଳିକ ସୃଷ୍ଟିକୁ ଓଡିଆ ଭାଷାରେ ପ୍ରକାଶ କରି ଜଣେ ଓଡିଆ କବି, ଲେଖକ ଏବଂ ଅନୁବାଦକ ଭାବରେ ବିଶେଷ ପରିଚିତ । ଶ୍ରୀ ପାତ୍ର ଓଡିଆ , ବଙ୍ଗଳା ଓ ହିନ୍ଦି ଭାଷାରେ ବହୁ ସାହିତ୍ୟ ଅନୁବାଦ ମଧ୍ୟ କରିଛନ୍ତି । ବର୍ତମାନ ଶ୍ରୀ ପାତ୍ର ବାରିପଦା ରେ ବସବାସ କରୁଥିବା ବେଳେ ତାଙ୍କ ଦ୍ୱାରା ଲିଖିତ ପଥର ଫେରା କବିତା ସଂକଳନ, ଜଙ୍ଗଲ ଗଳ୍ପ ସଂକଳନ ଆଦି ଓଡିଆ ପୁସ୍ତକ ସହିତ ବହୁ ବଙ୍ଗଳା ପୁସ୍ତକ ଏବଂ ବହୁ ଉପାଦେୟ ପୁସ୍ତକର ଅନୁବାଦକ ଭାବରେ ବେଶ ସୁଖ୍ୟାତି ଅର୍ଜନ କରିଛନ୍ତି । ସେମଧ୍ୟ ଉତର ଓଡିଶା ଉପାନ୍ତ ସାହିତ୍ୟ ସମ୍ମିଳନୀ ସମ୍ମାନ, ସାହିତ୍ୟ ସଂସ୍କୃତି ସମ୍ମାନ, ସୁବର୍ଣ୍ଣର୍ଶ୍ରୀ ଅନୁସୃଜନ ସମ୍ମାନ, ଦୈନିକ ଭାସ୍କର ହିନ୍ଦି ସମ୍ମାନ ଭଳି ବହୁ ଅନଷ୍ଠାନ ତରଫରୁ ସମ୍ମାନୀତ ହୋଇଥିବାର ଜଣାଯାଇଛ

Comments (0)
Add Comment