ଭୁବନେଶ୍ୱର: ଓଡ଼ିଶାକୁ ଜୁନ୍ ମାସରେ ଆସିପାରନ୍ତି ପଙ୍ଗପାଳ । ଓଡ଼ିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ହେବ ବୋଲି ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ସୂଚନା ଦେଇଛନ୍ତି। ଚାଷୀମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ। ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯିବ। କୃଷି ନିର୍ଦ୍ଦେଶକଙ୍କ ଅଧିନରେ କଂଟ୍ରୋଲ ରୁମ୍ ଖୋଲାଯାଇଛି। ତେବେ ସବୁ ଝିଂଟିକା ପଙ୍ଗପାଳ ନୁହଁନ୍ତି, ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ ହୋଇଥିବା ବେଳେ ହଳଦିଆ ରଙ୍ଗର ପଙ୍ଗପାଳ ପ୍ରତି ବିପଦ ନାହିଁ ବୋଲି ଗଡନାୟକ କହିଛନ୍ତି।
Kashmir Observer
ରାଜ୍ୟ ସରକାର ସଚେତେନ ଅଛନ୍ତି। କଂଟ୍ରୋଲ ରୁମ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି । ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତ୍ତନ ଉପରେ ସବୁକିଛି ନିର୍ଭର କରୁଛି ବୋଲି ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ଅଫ ଦି ୟୁନାଇଟେଡ ନେସନସ ଡାଇରେକ୍ଟର ଏମ ମୁଥୁ କୁମାର କହିଛନ୍ତି
ସମ୍ବନ୍ଧିତ
Humid
34°କ୍ୟାଲେଣ୍ଡର୍