ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ୍ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୮୧ଟି ଟ୍ୟାଙ୍କର ୍ଯୋଗେ ୫୧୨୫.୪୧୨ ଟନ୍ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ନେଇ ଯାଉଥିବା ଟ୍ୟାଙ୍କର୍ ଗୁଡ଼ିକ ରସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି ।ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍ ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧାନ ଉପୁଜିବ ସେନେଇ ରାଜ୍ୟପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅନୁଗୁଳ ଜିଲ୍ଲାରୁ ୩୧ଟି ଟ୍ୟାଙ୍କର୍ ଯୋଗେ ୫୧୭.୯୪ଟନ୍, ଢେଙ୍କାନାଳ ଜିଲ୍ଲାରୁ ୬୪ଟି ଟ୍ୟାଙ୍କର୍ ଯୋଗେ ୯୮୧.୦୮ଟନ୍ , ଯାଜପୁର ଜିଲ୍ଲାରୁ ୭୪ଟି ଟ୍ୟାଙ୍କର୍ ଯୋଗେ ୧୫୦୮.୬୨ଟନ୍ ଏବଂ ରାଉରକେଲାରୁ ୧୧୨ଟି ଟ୍ୟାଙ୍କର୍ ଯୋଗେ ୨୧୧୭.୭୭୨ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।
୮୩ଟି ଟ୍ୟାଙ୍କର୍ରେ ଆନ୍ଧ୍ରପ୍ରଦେଶକୁ ୧୭୦୨.୯୮ ଟନ୍, ୭୬ଟି ଟ୍ୟାଙ୍କର୍ େ ଯାଗେ ତେଲେଙ୍ଗାନାକ ୧୨୬୭.୭୩୯ଟନ୍, ତାଲିମନାଡୁକ ୭ଟି ଟ୍ୟାଙ୍କର ୍ଯୋଗେ ୧୩୬.୪୨ଟନ୍, ହରିୟାଣାକୁ ୩୫ଟି ଟ୍ୟାଙ୍କର୍ରେ ୬୫୪.୪୮୨ ଟନ୍, ମହାରାଷ୍ଟ୍ରକୁ ୧୩ଟି ଟ୍ୟାଙ୍କର୍ରେ ୨୧୧.୧୬ଟନ୍, ଛତିଶଗଡ଼କୁ୧୪ଟି ଟ୍ୟାଙ୍କର୍ରେ ୨୧୪.୩୯୧ ଟନ୍, ଉତରପ୍ରଦେଶକୁ ୨୪ଟି ଟ୍ୟାଙ୍କର୍ ଯୋଗେ୪୩୭.୬୯ ଟନ, ୨୬ଟି ଟ୍ୟାଙ୍କର୍ଯୋଗେ ୪୩୮.୨୩ଟନ୍୍ ମଧ୍ୟପ୍ରଦେଶକୁ, ୦୨ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୩୩ ଟନ୍, ୦୧ଟି ଟ୍ୟାଙ୍କର୍ ଯୋଗେ ପଞ୍ଜାବକୁ ୨୯.୩୨ ଟନ୍ଅକ୍ସିଜେନ ଯୋଗାଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ ୍ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତଏସ୍ପି/ ଡିସିପି/ରେଂଜଡିଆଇଜି/ଆଇଜିଏବଂପୋଲିସ୍କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟ ଗୁଡ଼ିକରେ ଟ୍ୟାଙ୍କର୍କୁ ସୁରକ୍ଷି ତଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସଦା ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି ।