ଭୁବନେଶ୍ୱର: ସର୍ବଭାରତୀୟ ଜାତୀୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ ମିଡ଼ିଆର ଚେୟାରମେନ ଶ୍ରୀ ଅଭିଷେକ ମହାନନ୍ଦ ଏକ ୩୨ ଜଣିଆ ନୂତନ କମିଟି ଗଠନ କରିଛନ୍ତି । ଏଥିରେ ୧୨ଜଣ ସାଧାରଣ ସଂପାଦକ ଓ ୨୦ଜଣ ସଂପାଦକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଅଛି । ସାଧାରଣ ସଂପାଦକ ଭାବରେ ଚେତନ ମିଶ୍ର, ପିତବାସ ପଣ୍ଡା, ଜୟତା ରାୟ, ଶିବମ ପଟ୍ଟନାୟକ, ଦୀପକ ମହାପାତ୍ର, ରବିନ୍ଦ୍ର ଆଚାର୍ଯ୍ୟ, ଅଭିଳାଷ ପତି, ସମ୍ବିତ ଶ୍ରୀଚନ୍ଦନ, ସମସିଦା ତାୟବ, ପ୍ରିୟବ୍ରତ ସାହୁ, ଶୈଳେନ୍ଦୁ ଦାସ ଓ ପୱନ ଶର୍ମା ନିଯୁକ୍ତି ପାଇ ଥିବାବେଳେ ସେହିପରି ସଂପାଦକ ଭାବେ ମିହିର ରାୟ, ଚନ୍ଦନ ରାୟ, ମାହେପର ନିଖତ, ଜଗତ ଜୀବନ ମହାନ୍ତି, ମାନସ ଆଚର୍ଯ୍ୟ, ଚିନ୍ମୟ ହୋତା, ଅତିଥ୍ୟ ଦିବ୍ୟ ସିଂହ, ରିତ ପଣ୍ଡା, ଗଣେଶ ସାହୁ, ମୁରଲୀଧର ନାୟକ, ସୁବାଶ ନାୟକ, ଅମିତ କୁମାର ନାୟକ, ମୁକେଶ ଅଗ୍ରୱାଲ, ଆସଲମ ଖାନ୍, ବିନ୍ଦୁଜା ଉପାଧ୍ୟାୟ, ସତ୍ୟବ୍ରତ ଗୁରୁ, ବିଶ୍ୱଜିତ୍ ସ୍ୱାଇଁ, ସର୍ବଜିତ ପଟ୍ଟନାୟକ, ଚନ୍ଦନ ପଟ୍ଟନାୟକ ଓ ମାନସ ପରିଡ଼ା ନିଯୁକ୍ତି ପାଇଛନ୍ତି । ଆସନ୍ତା ଦିନରେ ରାଜ୍ୟ ସାମାଜିକ ଗଣମାଧ୍ୟମ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଧିକରୁ ଅଧିକତର ଲୋକମାନଙ୍କ ପାଖରେ ପହଂଚାଇବେ । କଂଗ୍ରେସର ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ରାଜ୍ୟରେ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ପହଂଚାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଶ୍ରୀ ନନ୍ଦ ତାଙ୍କ ଟିମ୍ର ନବନିଯୁକ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସହଯୋଗ କାମନା କରିଛନ୍ତି । ଶ୍ରୀ ମହାନନ୍ଦ ସର୍ବଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ସମେତ ପିସିସି ସଭାପତି ଶ୍ରୀଯୁକ୍ତ ନିର ଞ୍ଜ ନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।