କମିଶନରେଟ୍ ପୋଲିସର ରକ୍ତ ସଂଗ୍ରହ ଅଭିଯାନ

କଟକ: କୋଭିଡ-୧୯ ସଙ୍କଟ ବେଳେ କମିଶନରେଟ୍ ପୋଲିସ ରକ୍ତ ସଂଗ୍ରହ ଅଭିଯାନକୁ ଆହ୍ୱରି ବ୍ୟାପକ କରିଥିଲା । ପାଖାପାଖି ୧୦୬ ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ରକ୍ତଦାନ ଶିବିର ଆୟୋଜିତ କରିଥିଲା । ଯାହା ଜରିଆରେ ମୋଟ ୪ ହଜାର ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି । ଥାଲସେମିଆ ସମେତ୍ ଅନ୍ୟ ଗୁରୁତ୍ୱର ରୋଗୀଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଛି । ଦେଇଛନ୍ତି । ପୋଲିସ ସେବା ଏହି ସୂଚନା ଦେଇଛନ୍ତି । ରେଡକ୍ରସ ସୋସାଇଟିର ସାଧାରଣ ସଭା ଆୟୋଜିତ ହୋଇଥିଲା ସିପି ଡ.ଷଡ଼ଙ୍ଗୀ ଏହାର ଅଧ୍ୟକ୍ଷତା କରି ରକ୍ତଦାନ ଅଭିଯାନ ‘ଜୀବନ ଆଲୋକ’କୁ ପ୍ରଶଂସା କରିଥିଲେ । ଉତ୍ସବରେ ଉପସ୍ଥିତ ଥିବା ସ୍ୱେଚ୍ଛାସେବୀ ସଂଗଠନ, କ୍ଲବ ଓ ଏନ୍ଜିଓ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ବ୍ଲକ ବ୍ୟାଙ୍କ ଓ ଅନ୍ୟ କର୍ମଚାରୀଙ୍କୁ ସାବାସି ଦିଆଯାଇଥିଲା ଅଭିଯାନର ମଙ୍ଗ ଧରିଥିବା ସୋସାଇଟି ଯୁଗ୍ମ ସମ୍ପାଦକ ତଥା ଏସିପି ଲଳିତେନ୍ଦୁ ମହାନ୍ତି ଉତ୍ସବରେ ଉପସ୍ଥିତ ଥିଲେ । ତାଙ୍କ ତତ୍ୱାବଧାନରେ ଏହି ସବୁ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଯେଉଁଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।
ଉସôବରେ ଅତିରିକ୍ତ କମିଶନର ରେଖା ଲୋହାନୀ, ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment