ବାଲିମେଳା: ମାଲକାନଗିର ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନଏସି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବରେ ସଟଡାଉନ ସହ ରାତ୍ର କର୍ଫ୍ୟୁ ଘୋଷଣା କଲା ପ୍ରଶାସନ । କରୋନା ର ଇଉଟର୍ଣ୍ଣ ରେ ସାଧାରଣ ଜନତା ଯେତିକି ଭୟଭୀତ ପ୍ରଶାସନ ସେତିକି ତାର ତତ୍ପରତା ଦେଖାଉଛି । ଏଭଳି ପରିସ୍ଥିତିରେ ସରକାର ୧୦ ଜିଲ୍ଲାକୁ ଶନିବାର ଓ ରବିବାର ସଟଡାଉନ ରାତ୍ର କର୍ଫ୍ୟୁ ଘୋଷଣା କରିଛନ୍ତି । ଏଥିମଧ୍ୟରେ ମାଲକାନଗିରି ଜିଲ୍ଲା ର ପଡୋଶୀ ରାଜ୍ୟ ଛତିଶଗଡ଼ ରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ପ୍ରାୟ ଶତାଧିକ ଲୋକ ମୃତ୍ୟୁ ବରଣ କରିବାର ମଧ୍ୟ ଜଣା ପଡ଼ିଛି । ଏଇ ରାଜ୍ୟକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସମଗ୍ର ମାଲକାନଗିର ର ସମସ୍ତ ରାସ୍ତା ଉପରେ କଡା କଡୀ ନଜର ରଖିଛି । ଯେମିତିକି ବାହାର ରାଜ୍ୟରୁ କୌଣସି ଲୋକ ଜିଲ୍ଲା ଭିତରେ ପ୍ରବେଶ ନକରିପାରିବେ ତାହା ମଧ୍ୟ ନଜର ରଖିଛି ଜିଲ୍ଲା ପ୍ରଶାସନ କ୍ଷ ସେହିଭଳି ବାଲିମେଳରେ ସନ୍ଧ୍ୟା ୬ରୁ ସକାଳ ୫ ପର୍ଯ୍ୟନ୍ତ ରାତ୍ର କର୍ଫ୍ୟୁ ଆଜିଠାରୁ ଆରମ୍ଭ ହୋଇଯାଇଛି ଓରକେଲ ପୋଲିସ ଓ ପ୍ରଶାସନ ମିଶି ବିଭିର୍ଣ୍ଣ ରାସ୍ତା ଘାଟରେ ପଈଁତାରା ମାରିବା ସହ ଅମାନିଆ ଙ୍କୁ ସାବଡ଼ କରିବା ଦେଖିବାକୁ ମିଳିଛି ସେହିପରି ବାଲିମେଳା ଜନସାଧାରଣ ଏହି ସଟଡାଉନ କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ସରକାରୀ ଓ ବେସରକାରୀ ବସ ଚଳାଚଳ କରୁଥିବା ସମୟରର ବସ ଗୁଡିକରେ ଯାତ୍ରୀ ସଂଖ୍ୟା କମ ଥିବାର ଦେଖିବାକୁ ମିଳିଛି ।କେବଳ ଜରୁରୀ ସେବା ଛାଡି ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଅଛି । ଆସନ୍ତା କାଲି ରବିବାର ସାପ୍ତାହିକ ହାଟ ବନ୍ଦ ରହିବା ଜଣା ପଡ଼ିଛି ତେଣୁ ଅଯଥାରେ ଘରୁ ନବହାରିବାକୁ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ସୂଚନା ଦେବା ସହ ଲୋକ ସଚେତନ କରାଇଛନ୍ତି ।ଆଗାମୀ ଦିନରେ ଏହିଭଳି ପ୍ରତ୍ୟକ ଦିନ ରାତ୍ର କର୍ଫ୍ୟୁ ଜାରୀ ରହିବ ବୋଲି ପ୍ରକାଶ କରିଛନ୍ତି । ଏପଟେ କରୋନା ର ଚାଟ ପୁଣି ଗରିବ ଓ ଖୁଦ୍ର ବେପାରୀ ଙ୍କ ଉପରେ ପଡିବାରେ ସନ୍ଦେହ କରାଯାଉଛି । ବାଲିମେଳା ତଥା ବାଲିମେଳରେ ଆଖପାଖ ଅଞ୍ଚଳର ପ୍ରାୟ ଚାଷୀ ବାଲିମେଳା ରବିବାର ହାଟ ଉପରେ ନିର୍ଭର କରନ୍ତି କିନ୍ତୁ ସରକାର ରବିବାର କରିବାରୁ ଦୂରରୁ ଆସି ପାରିବା ବେପାର କରୁଥିବା ଚାଷୀ ମାନେ ଏଥିରେ ଅସନ୍ତୋସ ପ୍ରକାଶ କରିବା ସହ ଘାଟି ଭିତରୁ ଆସି ରବିବାର ହାଟରୁ ସଉଦା ନେବାରେ ମଧ୍ୟ ତାଙ୍କର ଅସୁବିଧା ହେଉଛି । ଅନ୍ୟପଟେ କୁମ୍ଭାର ମାନେ ମଧ୍ୟ କୋହ ଭରା କଣ୍ଠରେ କହିଛନ୍ତି ଯେ ପୁଣି ତାଙ୍କ ପେଟ ମାରିବାକୁ କରୋନା ଆସିଲା । ଏ ସରକାର ଆଉ ଆମକୁ ବଞ୍ଚିବାକୁ ଦେବନି କାରଣ ଏହି କୁମ୍ଭାର ମାନେ ବି ସପ୍ତାହରେ ଏହି ଗୋଟିଏ ଦିନ ତଥା ରବିବାର ଦିନ ହିଁ ବଜାର ଆସିଥାନ୍ତି ନିଜର ମାଟି ଜାତ ଦ୍ରବ୍ୟ ବ୍ୟାପାର କରିବାକୁ କିନ୍ତୁ ସଟଡାଉନ ହେବଯୋଗୁଁ ସେମାନେ ମଧ୍ୟ ବେକାର ହୋଇ ଘରେ ବସି ରହୁଛନ୍ତି । ଏଭଳି ପରିସ୍ଥିରେ କଣ କରିବୁ କହି ଜଣେ ଖୁଦ୍ରଉଠା ଦୋକାନୀ କହିଥିଲେ ଯେ ଆଉ ଉପାୟ ନପାଇ କରୋନାରେ ଭୋକରେ ମରିବାଠୁ ଭଲ ଆତ୍ମହତ୍ୟା କରିଦେବା । କିଛି ବୁଦ୍ଧିଜୀବୀ ଙ୍କ ମତରେ ଏହି ଗରିବ ଖଟି ଖିଆ ଙ୍କ ପାଇଁ ସରକାର ତୁରନ୍ତ କିଛି ଉପାୟ ଚିନ୍ତା କରିବା ନିତ୍ୟାନ୍ତ ଆବଶ୍ୟକ ଅଛି ।