କରୋନାର ସଂକ୍ରମଣ ପୁଣିଥରେ ସଙ୍କଟ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନାର ସଂକ୍ରମଣ ପୁଣିଥରେ ଆମ ଆଗରେ ସଙ୍କଟ ହୋଇ ଉଭା ହୋଇଛି । ସାମାନ୍ୟ ଅସାବଧାନତା ପୂରା ସମାଜ ପାଇଁ ବିପଦ ସାଜି ପାରେ । ତେଣୁ ନିୟମତି ମାସ୍କ ନପିନ୍ଧିଲେ, ଏହା ପୂରା ସମାଜ ପାଇଁ ବିପଦ ସାଜି ପାରେ । ତେଣୁ ନିୟମିତ ମାସ୍କ ପିନ୍ଧି ବିନା ଲକ୍ଡାଉନ୍ରେ କୋଭିଡ-୧୯ ସହ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କୋଭିଡ-୧୯ ବିରୋଧରେ ସଂଗ୍ରାମକୁ ଆହୁରି ସୁଦୃଢ଼ କରିବା ଉଦେ୍ଧଶ୍ୟରେ ଉତମ ଉପଲବ୍ଧତା ପାଇଁ ଖୋଲାବଜାରରେ ଟିକା ଉପଲବ୍ଧ କରାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ମହାଗର ଗୁଡିକ ଉପରେ ଗୁରୁତ୍ୱ ଦେଇ ଟିକା କଂଟନକୁ ଅଧିକ ଯୁକ୍ତିପୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୯୫,୯୯,୮୭୭ଟି ନମୁନା କୋଭିଡ-୧୯ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୩,୬୮,୨୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩,୪୪, ୮୨୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଡାକ୍ତରଖାନାରୁ ଫେରିଛନ୍ତି । ୧୯୪୪ ଜଣ କୋଭିଡ-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୨୧,୪୩୬ ରହିଛି । ୨୧,୪୩୬ ଜଣ ହସ୍ପିଟାଲ ଆଇସୋଲେସନ୍ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment