କରୋନା କଟକଣା ଉଲଂଘନ ମନ୍ଦିର ପୁଜକଙ୍କୁ ଉଠାଇନେଲା ପୋଲିସ

ଚମ୍ପୁଆ: କରେନା ଦିନକୁ ଦିନ ବେକାବୁ ହୋଇ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟର ସମସ୍ତ ମନ୍ଦିର, ଐତିହ୍ୟ କୀର୍ତିରାଜି, ଶିକ୍ଷାନୁଷ୍ଠାନ ଭଳି ଗହଳି ପୁର୍ଣ୍ଣ ସ୍ଥାନ ଗୁଡିକ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି । ଏହା ସତ୍ୱେ ଚମ୍ପୁଆ ସଦର ମହକୁମର ସର୍ବ ପୁରାତନ ଶିବ ମନ୍ଦିର ଖୋଲା ରଖିଥବବାରୁ ମନ୍ଦିର ପୁଜକଙ୍କୁ ଥାନାକୁ ନେବା ସହ କମିଟିର ସଦସ୍ୟଙ୍କୁ ଡାକି ଆଲୋଚନା କରିଛନ୍ତି । ମିଳିଥିବା ସୁଚନା ଅନୁସାରେ ଶ୍ରାବଣୀ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ସମବସ୍ତ ମନଦିର ବନ୍ଦ ରଖିବାକୁ ନିର୍ଦେଶ ଜାରି କରିନ୍ତି । ଏହାକୁ ଭ୍ରୁକ୍ଷେପ ନକରି ଆଜି ମନ୍ଦିର ପରିଷରରେ ଭିଡ ଦେଖିବାକୁ ମିଳିଥିଲା । କୌଣସି ସୁତ୍ରରୁ ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଗହଳି ନକରିବାକୁ ପରାମର୍ଶ ଦେଇଥିଲେ । । ତାଗିଦ ସତ୍ୱେ ଭିଡ କମିନଥିବାରୁ ବାଧ୍ୟ ହୋଇ ମନ୍ଦିର ପୂଜକଙ୍କୁ ଥାନାକୁ ନେଇଯାଇଥିଲେ । ମନ୍ଦିର କମିଟିକୁ ଡକାଇ ମୂଖ୍ୟ ଦ୍ୱାରରେ ତାଲା ପକାଇଥିଲେ । ଶ୍ରଦ୍ଧାଳୁମାନେ କୋଭିଡ-୧୯ ନିୟମ ମାନି ଘରେ ରହି ଦେବାଦେବୀଙ୍କୁ ପୁଜାର୍ଚନା କରିବା ପାଇଁ କମିଟି ତରଫରୁ ନିବେଦନ କରାଯାଇଛି ।

Comments (0)
Add Comment