କରୋନା ପାଇଁ ବେଦାନ୍ତର ୧୫୦ କୋଟିର ସହାୟତା ଘୋଷଣା

ଭୁବନେଶ୍ୱର: ଦେଶର ପ୍ରମୁଖ ଘରୋଇ କମ୍ପାନି ବେଦାନ୍ତ କରୋନାର ଦ୍ୱିତୀୟ ଲହର ମୁକାବିଲା ପାାଇଁ ୧୫୦ କୋଟି ଟଙ୍କା ସହାୟତାା ଯୋଗାଇ ଦେବା ପ୍ରଥମ ଲହରରେ ୨୦୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିବା ବେଦାନ୍ତ ଦ୍ୱିତୀୟ ଲହରରେ ଉପରୋକ୍ତ ରାଶି ଯୋଗାଇ ଦେବ ବୋଲି ଏହାର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସକୁ ଆଗକୁ ନେବା ପାଇଁ ବେଦାନ୍ତ ଦେଶର ୧୦ଟି ସହରରେ ଅତିରିକ୍ତ ୧୦୦୦ କ୍ରିଟିକାଲ୍ କେୟାର ବେଡ୍ ସ୍ଥାପନ କରାଯିବ । ଏହାପରେ ଏଗୁଡିକୁ ପ୍ରତିÂିତ ହସ୍ପିଟାଲ ମାଧ୍ୟମରେ ପରିଚାଳନା କରାଯିବ । ପ୍ରତ୍ୟେକ କେନ୍ଦ୍ରରେ ୧୦୦ଟି ଲେଖାଁଏ ବେଡ୍ ରହିବ । ଏଗୁଡିକ ବାତାନୁକୂଳ ଟେଂଟରେ ହେବ । କ୍ରିଟିକାଲ୍ କେୟାର କେନ୍ଦ୍ରର ୯୦ଟି ବେଡ୍ରେ ଅକ୍ସିଜେନ୍ ସୁବିଧା ଏବଂ ୧୦ଟି ବେଡ୍ରେ ଭେଂଟିଲେଟର ସୁବିଧା ରହିବ । ଓଡିଶା ସମେତ ରାଜସ୍ଥାନଳ ଛତିଶଗଡ, ଝାଡଖଣ୍ଡ, ଗୋଆ, କର୍ଣ୍ଣାଟକ୍ ଏବଂ ଦିଲ୍ଲୀରେ କମ୍ପାନୀ ଏହାର କ୍ରିଟିକାଲ୍ କେୟାର ବେଡ୍ ସ୍ଥାପନ କରିବ । ୩ହ ଦିନ ମଧ୍ୟରେ କମ୍ପାନୀ ଏହି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି । ତେବେ ୧୪ ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପାଦନ କରିବ ।
ଡାକ୍ତରଖାନାରେ ଚିକିସôା ଓ ଅନ୍ୟାନ୍ୟ ସୁବିଧା ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ କମ୍ପାନି ସରକାରୀ ସଂସ୍ଥା ଏବଂ ସ୍ଥାନୀୟ ପ୍ରଶାସନ ସହ ମିଶି କାର୍ଯ୍ୟ କରୁଛି । କମ୍ପାନୀ ଏହାର କାରଖାନା ନିକଟବର୍ତୀ ଅଞ୍ଚଳରେ ବର୍ତମାନ ସୁଦ୍ଧା କରୋନା ରୋଗୀଙ୍କ ପାଇଁ ପ୍ରାୟ ୭୦୦ ବେଡ୍ ସ୍ଥାପନ କରିଛି । ଏହାକୁ ନିକଟ ଭବିଷ୍ୟତରେ ୧୦୦୦କୁ ବୃଦ୍ଧି କରିବ । କରୋନା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଣ ପାଇଁ ବେଦାନ୍ତର ଗ୍ରୁପ୍ କମ୍ପାନୀ ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ୍ ଇଏସ୍ଏଲ୍ ଏବଂ ସେସା ଗୋଆ ଆଇରନ୍ ଓର୍ ବିଜ୍ନେସ୍ ପଦକ୍ଷେପ ନେଇଛନ୍ତି । ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ୍ ଏବେ ଦିନକୁ ୫ଟନ୍ ଅକ୍ସିଜେନ୍ ଯୋଗାଇ ଦେଉଥିବାବେଳେ ଆଗାମୀ ଦିନରେ ଆଉ ୨ରୁ ୩ଟନ୍ ଯୋଗାଇ ଦେବା କାର୍ଯ୍ୟ ଚଳାଇଛି । ସେସା ଗୋଆ ସରକାର ଏବଂ ଡାକ୍ତରଖାନାଗୁଡିକୁ ଯୋଗାଇ ଦେଉଛି ।

Comments (0)
Add Comment