କରୋନା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାକୁ ଗତକାଲି ସୁଦ୍ଧା ୧୭୯୧୪ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟ ଓ ଜିଲ୍ଲାରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ବ୍ଲକରେ ୧୬,୪୫୨ ଜଣ ଆସିଥିବା ବେଳେ ପାରାଦ୍ୱୀପ ଓ ଜଗତସିଂହପୁର ପୈାରାଚଂଳକୁ ୧୪୬୨ ଜଣ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭୧୧୧ ଜଣଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଛାଡିଦିଆଯାଇଥିବା ବେଳେ ୮୦୩ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସ୍ଥାନ କରୁଛନ୍ତି । ଜିଲ୍ଲାରେ ଗତକାଲି ସୁଦ୍ଧା ୧୧,୬୩୩ ଟି ସ୍ୱାବ ସଂଗ୍ରହ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦୬୩୩ ଟି ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୪୧୧ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ ଆକ୍ରାନ୍ତ କିମ୍ସ ଓ କୋଭିଡ୍ ହସ୍ପିଟାଲ,ପାରାଦ୍ୱୀପରେ ଚିକିତ୍ସିତ ହୋଉଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଗତକାଲି କୁଜଙ୍ଗ ବ୍ଲକ ଓ ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ ଗସ୍ତ କରିଛନ୍ତି । କୁଜଙ୍ଗ ବ୍ଲକରେ ଜିଲ୍ଲାପାଳ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ,ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମରାମତି ଖର୍ଚ୍ଚ ତୁରନ୍ତ ପ୍ରଦାନ କରିବାକୁ ସମସ୍ତ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ପାରାଦ୍ୱୀପ କୋଭିଡ୍ କେୟାର କେନ୍ଦ୍ରରେ ପ୍ରାଥମିକ ଭାବେ ୧୦୦ ଶଯ୍ୟା ପ୍ରସ୍ତୁତ କରାଯିବ ଓ ପରେ ଆହୁରି ବୃଦ୍ଧି କରାଯାଇ ୨୦୦ ଶଯ୍ୟା ବିଶିଷ୍ଟ କରାଯିବ । ପାରାଦ୍ୱୀପରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ଓ ଘରୋଇ ସଂସ୍ଥା ଗୁଡିକ ନିଜ କର୍ମଚାରୀଙ୍କ ପାଇଁ କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ସେଣର ପ୍ରସ୍ତୁତ କରିବା ପାଇଁ ସମସ୍ତ ଶିଳ୍ପ ସଂସ୍ଥା ଓ କଂପାନୀ ମାନଙ୍କ ସହିତ ଆଲୋଚନା କରିଛନ୍ତି

Comments (0)
Add Comment