ଯାଜପୁର: ଗୁରୁତର କରୋନା ରୋଗୀଙ୍କ ସୁସ୍ଥତା ପାଇଁ ପ୍ଲାଜମା ଥେରାପି ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଚ୍ଥି । ତେଣୁ କରୋନାରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସମୀର ରଂଜନ ଦାଶ ଆହ୍ୱାନ ଦେଇଚ୍ଥନ୍ତି । ବୁଧବାର ଅପରାହ୍ନରେ କରୋନା ମୁକାବିଲା ଓ ପ୍ଲାଜମା ଦାନ ସଂପର୍କରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଯାଜପୁର ଓସୱାନ ଭିଡିଓ କନପଂରେନ୍ସ ହଲରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସମେତ ଯାଜପୁର ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିଲେ ।
ପୂର୍ବରୁ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ କରୋନା ସ୍ଥିତିର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଜୁଲାଇ ୨୯ ତାରିଖ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୨ ରେ ପହଂଚିଥିବା ବେଳେ ସୁସ୍ଥ ହୋଇଚ୍ଥନ୍ତି ୯୮୧ ଜଣ । ସେହିପରି ୩ ଜଣ ମୃତ୍ୟୁ ବରଣ କରିଚ୍ଥନ୍ତି । ତେବେ ସୁସ୍ଥତା ହାରରେ ଜାତୀୟ ଓ ରାଜ୍ୟ ସ୍ତର ଠାରୁ ଜିଲ୍ଲା ଅଧିକ ଥିବାବେଳେ ମୃତ୍ୟୁ ହାରରେ ମଧ୍ୟ ସର୍ବନିମ୍ନ ସ୍ତରରେ ରହିଚ୍ଥି । ମନ୍ତ୍ରୀ ଶ୍ରୀ ଦାଶ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ଲାଜମା ଦାନ ପାଇଁ ଲୋକ ମାନଙ୍କୁ ସଚେତନ କରାଇବାକୁ ଦାୟିତ୍ୱ ପ୍ରଦାନ କରିବା ସହ ପ୍ଲାଜମା ଦାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଚ୍ଥନ୍ତି ବୋଲି ସୂଚନା ଦେଇଥିଲେ । ପ୍ରତ୍ୟେକ ବିଧାୟକ, ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଚ୍ଥାସେବୀ ମାନେ ପ୍ଲାଜମା ଦାନ ସଂପର୍କରେ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବାକୁ ମନ୍ତ୍ରୀ ଶ୍ରା ଦାଶ ଅନୁରୋଧ କରିଥିଲେ । ଜିଲ୍ଲାରେ କରୋନା ପରିଚାଳନା ନେଇ ମନ୍ତ୍ରୀ ଶ୍ରୀ ଦାସ ସନ୍ତୋଷ ପ୍ରକାଶ କରିବା ସହ ଭବିଷ୍ୟତରେ ଅନୁରୂପ ପଦକ୍ଷେପ ନେଇ କରୋନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକ ଓ ଭିଡିଓ କନପଂରେନ୍ସରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରାଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗ ଦେଇଥିଲେ ।