କରୋନା ଯୋଦ୍ଧାଙ୍କୁ କାଡ଼ା ବିତରଣ

ଭୁବନେଶ୍ୱର:ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଶ ମନ୍ତ୍ରାଣଳୟ ପକ୍ଷରୁ କାଡ଼ା ପିଇବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ପାଇଁ ଅନୁବ୍ରଣ ସମିତି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ମାଗଣାରେ କାଡ଼ା ପ୍ୟାକେଟ୍ ବିତରଣ ଆରମ୍ଭ ହୋଇଛି । ଏହି ଅବସରରେ ଜୟଦେବ ଭବନ ସମ୍ମୁଖରେ ସାମ୍ବାଦିକ ମାନଙ୍କୁ ଓ ଟ୍ରାଫିକ୍ ଏସିପି ଓ କାର୍ଯ୍ୟରତ ଟ୍ରାଫିକ୍ କର୍ମଚାରୀଙ୍କୁ କାଡ଼ା ବିତରଣ କରାଯାଇଥିଲା । ଏଥିରେ ସମିତର କାର୍ଯ୍ୟକାରୀ ଅଧ୍ୟକ୍ଷ ନୀଳ କମଲ ବେଙ୍ଗାନୀଙ୍କ ସହଯୋଗରେ ବରିଷ୍ଠ ସାମ୍ବାଦିକ ତଥା ସମିତି ସଭ୍ୟ ହେମନ୍ତ ତିୱାରୀ, ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁ ପ୍ରମୁଖ ଏହି କାଡ଼ା ପ୍ୟାକେଟ୍ ବଂଟନ କରିଥିଲେ । ଟ୍ରାଫିକ୍ ଏସିପି ସ୍ୱସ୍ତିକ ପଣ୍ଡା ଏନେଇ କୃତଜ୍ଞତା ଜଣାଇଥିଲେ ।

Comments (0)
Add Comment