କଳାକାରମାନଙ୍କ ଡାଟା ବେସ୍ ପ୍ରସ୍ତୁତ ହେବ

ଯାଜପୁର: ରାଜ୍ୟ ସରକାର କଳାକାର ମାନଙ୍କର ଏକ ଡାଟା ବେସ୍ ବା ତଥ୍ୟ ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ଯାଉଚ୍ଥନ୍ତି । ପୂର୍ବରୁ ରାଜ୍ୟ ସରକାର ଜିଲ୍ଳ୍ା କଳା ସଂସ୍କୃତି ସଂଘ, ବ୍ଳ୍କ କଳା ସଂସ୍କୃତି ସଂଘ ଗଠନ କରିଚ୍ଥନ୍ତି । ଯାହାଦ୍ୱାରା କଳାକାରମାନେ ସଂଗଠିତ ହେବାସହ ସେମାନଙ୍କର କଳା ପ୍ରଦର୍ଶନ କରୁଛନ୍ତି ଓ ଆର୍ଥିକ ସହଯୋଗ ମଧ୍ୟ ହାସଲ କରୁଚ୍ଥନ୍ତି । କଳାକାରମାନଙ୍କ ଦ୍ୱାରା ସରକାରୀ ଯୋଜନାର ପ୍ରଚାର ପ୍ରସାର ସହ କଳା ପ୍ରଦର୍ଶନର ଏକ ଶ୍ରେÂ ମାଧ୍ୟମ ପାଲଟିଚ୍ଥି । ତେବେ ସରକାର ୫ଟି ବ୍ୟବସ୍ଥା ଲାଗୁ କରିବା ପରେ ବର୍ତମାନ ସମସ୍ତ ଜିଲ୍ଳ୍ାର କଳାକାର ମାନଙ୍କ ତଥ୍ୟକୁ ଡାଟା ବେଶ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ ସ୍ଥିର ହୋଇଛି । ଏହାପଂଳରେ ପ୍ରତି ଜିଲ୍ଳ୍ାରେ ଥିବା କଳାକାର ମାନଙ୍କ ସଂଖ୍ୟା ଓ କି ପ୍ରକାର କଳା ରହିଚ୍ଥି ତାହା ଜାଣିବା ସହଜ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗ ସମସ୍ତ ଜିଲ୍ଳ୍ାପାଳ ମାନଙ୍କୁ ପତ୍ରାଳାପ କରିଚ୍ଥନ୍ତି । ଏହି ଡାଟା ବେଶ୍ରେ ପଞ୍ଜିକୃତ କଳାକାର ମାନଙ୍କର ନାମ, ପିତା/ସ୍ୱାମୀଙ୍କ ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ଯେଉଁ କଳା ଅନୁÂାନରେ କାର୍ଯ୍ୟ କରୁଥିବେ ତାହାର ଠିକଣା, ଏହି ଅନୁÂାନ ସୋସାଇଟି ରେଜିଷ୍ଟେ୍ରସନ ଆକ୍ଟ ୧୮୬୦ରେ ପଞ୍ଜିକୃତ କି ନା, ଅନୁÂାନର ମୁଖ୍ୟ ବା ଗୁରୁଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ୱର, କି ପ୍ରକାର ଭୂମିକା ନିର୍ବାହ କରନ୍ତି, ମାସିକ ରୋଜଗାର, ମେଧା ବୃତି/ଜାତୀୟ ବୃତି/ଗବେଷଣା ପେଂଲୋସିପ ପାଊଚ୍ଥନ୍ତି କି ନା,ସରକାରୀ ବା ବେସରକାରୀ ଭାବେ ପୁରସ୍କୃତ କି, କଳା କ୍ଷେତ୍ରରେ ପ୍ରଶିକ୍ଷଣ ନେଇଚ୍ଥନ୍ତି କି, ପ୍ରଶିକ୍ଷଣର ଅବଧି, କଳାକାର ଭତା, ବୃତି ବା ସହାୟତା ମିଳୁଚ୍ଥି କି, ମିଳୁଥିଲା କି, ବର୍ତମାନର ପେଷା, ଆକାଶବାଣୀ, ଦୂରଦର୍ଶନର ସ୍ୱୀକୃତି ପ୍ରାପ୍ତ କଳାକାର କି, ଆଧାର ନଂ, ଭୋଟର କାର୍ଡର ନଂ. ଉଲ୍ଲେଖ କରି ଆନୁସଙ୍ଗିକ ପ୍ରମାଣ ପତ୍ର ସଂଲଗ୍ନ କରି ନିଜ ଅଭିଜ୍ଞତାର ବିବରଣୀ ୨୫୦ ଶବ୍ଦରେ ଲେଖି ଓ ସ୍ୱାକ୍ଷର କରି ସଂପୃକ୍ତ ବ୍ଳ୍କରେ କିମ୍ୱା ଜିଲ୍ଳା ସଂସ୍କୃତି କାର୍ଯ୍ୟାଳୟକୁ ତା ୨୮ା୫ା୨୦୨୦ ରିଖ ସୁଦ୍ଧା ଅବଗତ କରାଇବାକୁ ଜଣାଇଛନ୍ତି ।

Comments (0)
Add Comment