କଳାହାଣ୍ଡି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ ୩ ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ

ଭବାନୀପାଟଣା- କଳାହାଣ୍ଡିରେ କୋଭିଡ୍ ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଜିଲ୍ଲାର ଭବାନୀପାଟଣାସ୍ଥିତ କାମଠଣାଠାରେ ଏକ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ସେଠାରେ ୬ ଟି ଆଇସିୟୁ, ୮ ଟି ଭେଣ୍ଟିନେଟର, ୯୬ ଟି ଶଯ୍ୟା ରେ ଅକ୍ସିଜେନ୍ ସଂଯୋଗ କରାଯାଇଛି । ଏହି କୋଭିଡ୍ ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟର ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଅଧିନରେ ରହିଛି । ଏଠାରେ ୩ ଜଣ ବିଶେଷଜ୍ଞ ଓ ୩ ଜଣ ଏମ୍ବିବିଏସ୍ ଏପରି ମୋଟ ୬ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୨୪ ଜଣ ପାରାମେଡିକାଲ ଓ ୨୧ ଜଣ ଅନ୍ୟାନ୍ୟ କର୍ମଚାରୀ ନୀୟୋଜିତ ଅଛନ୍ତି । କାମଠଣା କୋଭିଡ୍ ହସ୍ପିଟାଲରେ ୯୮ କରୋନା ସଂକ୍ରାମଣ ରୋଗୀ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ସେହିପରି ଭବାନୀପାଟଣା କୃଷି ମହାବିଦ୍ୟାଳୟରେ ୧୩୦ ଶଯ୍ୟାର କୋଭିଡ୍ କେୟାର ସେଣ୍ଟର କରାଯାଇଛି । ସେଠାରେ ବର୍ତ୍ତମାନ ୧୨୪ ଜଣ ରୋଗୀ ଚିକିତ୍ସା ହେଉଥିବା ବେଳେ ସେଥିରେ ମଧ୍ୟ ୩୦ ଟି ଶଯ୍ୟାରେ ଅମ୍ଲଜାନ ସଂଯୋଗ କରାଯାଇଛି । ସେହିପରି ମୁଷିଗୁଡା ଆଦର୍ଶ ବିଦ୍ୟାଳୟରେ ୩୦ ଶଯ୍ୟା ଏବଂ ପର୍ଲା ଆଦର୍ଶ ବିଦ୍ୟାଳୟରେ ୩୦ ଶଯ୍ୟାର କୋଭିଡ୍ କେୟାର ସେଣ୍ଟର ବର୍ତ୍ତମାନ କାର୍ଯ୍ୟକ୍ଷମ ରହିଛି । ରୋଗି ନେବା ଆଣିବା ପାଇଁ ୧୭ ଟି ଆମ୍ବୁଲେନ୍ସ ୨୪ ଘଣ୍ଟା ପ୍ରସ୍ତୁତି ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାରେ ୧୭ ଟି ସ୍ଥାନରେ ସ୍ୱାବ ପରୀକ୍ଷା କରାଯାଉଛି ଏବଂ ହୋମ୍ କ୍ୱରେଣ୍ଟାଇନ୍ସରେ ରହୁଥିବା କୋଭିଡ୍ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ଓ ପରାମର୍ଶ ପାଇଁ ଭବାନୀପାଟଣା ସହର ସମେତ ଜିଲ୍ଲାର ୧୫ ଟି ଆର୍ଆର୍ ଟିମ୍ କାର୍ଯ୍ୟ କରୁଛି । ଭବାନୀପାଟଣା ସହର ପାଇଁ ଆର୍ଆର୍ ଟିମ୍ ର ମୁଖ୍ୟ ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା (ମୋବାଇଲ ନଂ. ୮୩୨୭୭୧୮୦୯୩) ନେତୃତ୍ୱରେ ଆର୍ଆର୍ ଟିମ୍ ସଦସ୍ୟ ସଦସ୍ୟା ମାନେ ଦିନରାତି କୋଭିଡ୍ ରୋଗୀଙ୍କ ସେବାରେ ନିୟୋଜିତ ରହିଛନ୍ତି । ସେହିପରି କୋଭିଡ୍ ନୋଡାଲ ଅଫିସର ଭାବେ ଏଏମ୍ଓ ଡା. ନିହାର ରଞ୍ଜନ ପଣ୍ଡା ଦାୟିତ୍ୱ ରହିଛି । କୋଭିଡ୍ ସଂକ୍ରାମିତ ତଥ୍ୟଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ କଣ୍ଟେ୍ରାଲ ରୁମ୍ ଖୋଲାଯାଇଛି । ଯାହାର ଫୋନ୍ ନମ୍ବର ୦୬୬୭୦-୨୩୦୨୬୭ ରହିଛି । ଏଠାରେ ସୂଚନା ଥାଉ ଯେ, ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ସରକାର ୧୦ ଜଣ ବିଶେଷଜ୍ଞ ଏବଂ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିବା ବେଳେ ବର୍ତ୍ତମାନସୁଦ୍ଧା ମାତ୍ର ୩ ଜଣ ଯୋଗଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ଏହି ସାମସ୍ତ କାର୍ଯ୍ୟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ ଚନ୍ଦ୍ର ବେହେରା ଓ ଡିପିଏମ୍ ଅବନୀ କୁମାର ମହାପାତ୍ର ସମେତ ସ୍ୱାସ୍ଥ୍ୟ ବିଭାଗ ଅନ୍ୟଅଧିକାରୀ ମାନେ ପରିଚାଳନା କରିଥିବା ଜଣାଯାଏ ।

Comments (0)
Add Comment