କାନ୍ଦିଲେ ସୁର ରାଉତରାୟ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ବନ୍ଦ ହେବା ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି ପକାଇଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଭୀର ମର୍ମାହତ ହୋଇ ମୁଁ କାଲି ରାତିରେ ଶୋଇ ପାରି ନାହିଁ । ୬୫ ବର୍ଷ ହେଲା ରଥ ଟାଣି ଆସିଛି । ଯଦି ଯାତ୍ରା ପାଇଁ ଅନୁମତି ଦେବାର ନଥିଲା , ରଥ ନିର୍ମାଣ କର ବୋଲି କାହିଁକି କହୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କୁ ରଥାରୂଢ ହେବାରୁ ବଂଚିତ କରି ସୁପ୍ରିମକୋର୍ଟଙ୍କ ଜରିଆରେ ନରେନ୍ଦ୍ର ମୋଦି ଏପରି କରିଛନ୍ତି ବୋଲି ସେ କହିଛନ୍ତି । ଜଗନ୍ନାଥ କେବେ କ୍ଷମା ଦେବେ ନାହିଁ ବୋଲି ସୁର ରାଉତରାୟ ଚେତାଇ ଦେଇଛନ୍ତି ।

Comments (0)
Add Comment