ନବରଙ୍ଗପୁର: ନବରଙ୍ଗପୁର ସହର ଦେଇ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ନିତିଦିନିଆ ଘଟଣା ହୋଇଗଲାଣି ।ପୋଲିସର ବାରମ୍ବାର ଧରପଗଡ ଚାଲିଥିଲାବେଳେ ଗଞ୍ଜେଇ ଚୋରାଚାଲାଣ କାରି ମା‘ିଆଙ୍କର ଡର ଭୟ ନାହିାଁ ଗତ ୧୫ଦିନ ମଧ୍ୟରେ ନବରଙ୍ଗପୁର ଚାରି ଚାରିଟି ଗଞ୍ଜେଇ ମାମଲା କରିଥିବା ବେଳେ ରବିବାର ନବରଙ୍ଗପୁର ଦେଇ ରାୟପୁରକୁ ଗଞ୍ଜେଇ ଚାଲାଣ ବେଳେ ପୁଣି ଥରେ ପୋଲିସ ୨ଟି କାର ସହିତ ୨୬୦କିଲୋ ଗଞ୍ଜେଇ ଜବତ କରିଛି । ଏଥିସହ ଏହିମାମଲାରେ ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଜୟପୁରରୁ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୈାଣସି ସୁତ୍ରରୁ ଖବର ପାଇ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଥାନା ଅଧିକାରୀ ଶ୍ରୀ ଅହମ୍ମଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏସଆଇ ସଙ୍ଗୀତା ଲୁଗୁନ,ନିଳୀମା ପାଣିଗ୍ରାହୀ,ପ୍ରଭାକର ହରିଜନ,ହେମନ୍ତ ହରିଜନ ପ୍ରମୁଖ ଜୟପୁରରୁ, ନବରଙ୍ଗପୁର ଅଭିମୁଖେ ଆସୁଥିବା ଦୁଇଟି କାରକୁ ଅଟକାଇ ଥାନାକୁ ଆଣି ତଲାସି କରିଥିଲେ । ତଲାସି ବେଳେ ଗାଡିରେ୬୩ଟି ପ୍ୟାକେଟରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଓଜନ ପରେ ୬୩ଟି ପ୍ୟାକେଟରେ ୨୬୦ କିଲୋ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ।