କାଲିମେଳା : ପାଣି ଅଭାବରୁ ଅନେକ ଜାଗାରେ ଫସଲ ନଷ୍ଟ ହେବାରେ ଲାଗିଥିବା ବେଳେ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି | ବର୍ଷା ଅଭାବରୁ ଜମି ଫାଟି ଆଁ କରି ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଥିବା ବେଳେ ସେପଟେ ଠିକ ସମୟରେ କେନାଲ ବିଭାଗ ଚାଷୀଙ୍କୁ ପାଣି ନ ଦେଇ ଦୁର୍ଦସା ଭଗଉଥିବା କହି ବର୍ଷିଲେ ଯୁବ କଂଗ୍ରେସ ନେତା ଆରଷଦ ଖାନ । ସରକାର ଚାଷୀଙ୍କ ଉନ୍ନତି ପାଇଁ ମାଳ ମାଳ ଯୋଜନା କରୁଥିବା ବେଳେ କିଛି ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଠିକ ସମୟରେ କେନାଲ ରେ ପାଣି ପହଞ୍ଚିପାରୁନି ଯାହା ଫଳରେ ଚାଷ ନଷ୍ଟ ହୋଉଥିବା କୁହାଯାଉଛି | କାଲିମେଳା ବ୍ଲକର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି ଋତୁ ସମୟରେ ଚାଷ ବାସ କରି ପରିବାର ଗୁଜୁରାଣ ମେଣ୍ଟଇଥାନ୍ତି ପ୍ରାୟତଃ ଏଠି ସମସ୍ତେ ଧାନ ଚାଷ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ପାଣି ସମସ୍ୟା ଚିନ୍ତାରେ ପକେଇଛି ଏପଟେ ବ୍ୟାଙ୍କ ଓ ଲାମ୍ପ ରୁ ଋଣ ଆଣି ଚାଷ କରୁଥିବା ବେଳେ ପାଣି ସମସ୍ୟାରୁ ଚାଷ ନଷ୍ଟ ହୋଇସାରିଛି ହେଲେ ବ୍ୟାଙ୍କ ଓ ଲାମ୍ପ ରୁ ଅଣିଥିବା ଋଣ କେମିତି ସୁଝିବେ ତାକୁ ନେଇ ଚାଷୀ ଚିନ୍ତାରେ ରହିଥିବା ବେଳେ, ସେପଟେ ଗତ କାଲି ଜିଲ୍ଲା କଂଗ୍ରେସ ଚାଷୀଙ୍କ ନ୍ୟାୟ ପାଇଁ ରାଜରାସ୍ତାରେ ଓଲ୍ହେଇଥିବା ଦେଖିବାକୁ ମିଳିଛି | କାଲିମେଳା ବ୍ଲକ କଂଗ୍ରେସ ପକ୍ଷରୁ କାଲିମେଳା ବ୍ଲକ ର 7 ଗୋଟି ପଞ୍ଚାୟତ ର ପ୍ରାୟ 600 ରୁ ଉର୍ଦ୍ଧ ଲୋକେ ଏକତ୍ରିତ ହୋଇ ମୋଟୁ ଛକଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରି ମରୁଡ଼ି ଘୋଷଣା କରାଯାଉ, ଚାଷୀ ଋଣ ଛାଡ଼ କରାଯାଉ, ଜଳସେଚନ ବ୍ୟବସ୍ଥା ସହ ଚାଷ ବୀମା ପ୍ରଦାନ କରାଯିବା ଭଳି ତିନି ଗୋଟି ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି |ଆସନ୍ତା 15 ଦିନ ମଧ୍ୟରେ ଏହାର ସମାଧାନ ନ କରାଗଲେ ଆଗାମୀ ଦିନରେ ରାଜରାସ୍ତାରେ ଓଲ୍ହାଇବେ ଏବଂ ରାଜରାସ୍ତାରେ ନିଅ ଜଳିବ କହି ଚେତାବନି ଦେଇଛି କାଲିମେଳା ବ୍ଲକ କଂଗ୍ରେସ ଦଳ |