କୁଆଡେ ଗଲା ବିଏମସିର ଅନଲାଇନ୍ ମାର୍କେଟିଂ ସେବା?

ଭୁବନେଶ୍ୱର: ଏପ୍ରିଲ ଓ ମେ’ ମାସରେ ଯେଉଁ ଅଂଚଳରେ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ ବିଏମସି ସେହି ଅଂଚଳକୁ କଂଟେମେଂଟ ଜୋନ୍ ଘୋଷଣା କରୁଥିଲା । ସେଠାରେ କିପରି ଲୋକଙ୍କୁ ହାତପାହନ୍ତାରେ ସବୁ ଜିନିଷ ମିଳିବ ସେଥିପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିବା ସହ କିଛି ଅଧିକାରୀଙ୍କ ମୋବାଇଲ୍ ନମ୍ବର ବି ଦିଆଯାଇଥିଲା । କିନ୍ତୁ ଏହା ଏବେ ଆଉ ନାହିଁ । ଏବେ ଗଳିକନ୍ଦିରେ କରୋନା ଆକ୍ରାନ୍ତ ଖୁନ୍ଦି ହୋଇଗଲେଣି । ହିଁ ସେତେବେଳେ ଦୋକାନବଜାର ବନ୍ଦ ଥିଲା । ଏବେ ଦୋକାନ ବଜାର ଖୋଲିଗଲାଣି । କିନ୍ତୁ ସେତେବେଳେ ଲୋକମାନେ କରୋନା ଆକ୍ରାନ୍ତଙ୍କୁ ଯେଉଁ ନଜରରେ ଦେଖୁଥିଲେ ଏବେ ବି ସେମିତି ନଜରରେ ଦେଖୁଛନ୍ତି । କରୋନା ଆକ୍ରାନ୍ତଙ୍କ ଘରେ ଅତ୍ୟାବଶ୍ୟକ ଓ ଦୈନନ୍ଦିନ ସାମଗ୍ରୀ ଯୋଗାଇବା ଲୋକ କାଁ ଭାଁ ମିଳୁଛନ୍ତି । କିନ୍ତୁ ବିଏମସିର ସେବା ବନ୍ଦା ଏପରିକି ବିଏମସି ପକ୍ଷରୁ ବିଭିନ୍ନ ଘରୋଇ ସଂସ୍ଥା ସହଭାଗିତା କରି ଅଟୋ, ଠେଲାଗାଡ଼ିରେ ସାମଗ୍ରୀ ବିକ୍ରି କରାଯାଉଥିଲା । କୁଆଡେ ଗଲେ ସେହିସବୁ ସଂସ୍ଥା? ସବୁଠୁ ଆଶ୍ଚିର୍ଯ୍ୟର ବିଷୟ, ସବୁ ବିଫଳ ପ୍ରକଳ୍ପ ସୃଷ୍ଟି କରିବାରେ ରେକର୍ଡ କରିଥିବା ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ର ବାବୁମାନେ ସେତେବେଳେ ‘ଟିକ୍ ମି’ ଆପ୍ ବାହାର କରିବେ ବୋଲି କହିଲେ ।ବିଏମସି ସହଯୋଗରେ ଏହା ଏମିତି ଏକ ଆପ୍ ହୋଇଥା’ନ୍ତା ଯେଉଁଥିରେ ଥିବା ସାମଗ୍ରୀର ତାଲିକା ମିଳିଥାନ୍ତା । ଏହି ଆପ୍ରେ ଜଣେର ଅର୍ଡର୍ ଦେବା ପରେ ଦୋକାନୀ ଯେତେବେଳେ ସାମଗ୍ରୀ ଡେଲିଭରି ପୂରା ପ୍ରସ୍ତୁତ କରିଦେବେ, ସେତେବେଳେ ଗ୍ରାହକଙ୍କ ମୋବାଇଲ୍କୁ ମେସେଜ୍ ପଳାଇବ । ଏହା ଦ୍ୱାରା ଗ୍ରାହକ ତୁରନ୍ତ ଆସି ଦୋକନରୁ ସାମଗ୍ରୀ ନେଇଯିବେ । ଏହାବାଦ୍ ଦେକାନୀ ମଧ୍ୟ ଲୋକଙ୍କ ଘରେ ହୋମ୍ ଡେଲିଭରି କରିପାରିବେ । ଯେଉଁଥିପାଇଁ କିଛି ଅର୍ଥ ନେଇଥାନ୍ତେ । ଏହିଭଳି ଆପ୍ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପ୍ରସ୍ତୁତ କରୁଛି ବୋଲି ଜୋରସୋରରେ ପ୍ରଚାର ହେଲା । କିନ୍ତୁ ସ୍ମାର୍ଟ ସଲ୍ୟୁସନ ଯୋଗାଇବାରେ ଫେଲ୍ ମାରିଥିବା ସ୍ମାର୍ଟ ସିଟି କର୍ତୃପକ୍ଷ ଏଥିରେ ବି ହୁଏତ ସ୍ଥାନୀୟ ଅପାରଗତା ପୁଣି ବିଏମସିକୁ ଲୋକହସା କରିଛି ।

Comments (0)
Add Comment