ଭୁବନେଶ୍ୱର: ଭାରତରେ କୁକୁର କାମୁଡା ଯୋଗୁଁ ଜଳାନ୍ତକ ରୋଗରେ ବର୍ଷକୁ ପ୍ରାୟ ୨୦ ହଜାର ଓ ବିଶ୍ୱରେ ୫୯ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି । ୪୦ ପ୍ରତିଶତ ୧୫ ବର୍ଷରୁ କମ୍ ପିଲା ଜଳାନ୍ତକରେ ମୃତ୍ୟୁବରଣ କରୁଛନ୍ତି । କୁକୁର କାମୁଡିବା ପରେ ଅନେକ ହସ୍ପିଟାଲ ନଯିବା ହେତୁ ପରବର୍ତ୍ତୀ ସମୟରେ ମୃତ୍ୟୁମୁଖକୁ ·ଲି ଯାଉଛନ୍ତି । ଭିକ୍ଷାବୃତ୍ତି ଛାଡ଼ିଲା, ବେପାରକୁ ଅ ।ପଣାଇଲା ।
ଜଳାନ୍ତକ ରୋଗୀ ସଂକ୍ରାନ୍ତରେ ଦେଶର ତିନିଟି ଜୀବ ବିଜ୍ଞାନ ସଂସ୍ଥାନ ଜୀବ ବିଜ୍ଞାନ ସଂସ୍ଥାନ (ଅ ।ଇଏଲ୍ଏସ୍) ଭୁବନେଶ୍ୱର, ମୁମ୍ବଇ ଭେଟେରିନାରୀ କଲେଜ ଏବଂ ମୁମ୍ବଇ ଅ ।ଣ୍ଡ୍ ହାଫିକିନ୍ ଇନ୍ଷ୍ଟିଚ୍ୟୁଟର ବୈଜ୍ଞାନିକ ଗବେଷଣା ଜାରି ରଖିଛି । ଅ ।ଇଏଲ୍ଏସ୍ ବୈଜ୍ଞାନିକ ଡ. ଅମୋଲରତ୍ନାକର କହିଛନ୍ତି, କୁକୁର କାମୁଡିକା ଦ୍ୱାରା ଲାଳରୁ ମଣିଷ ଶରୀରକୁ ଭୂତାଣୁ ପ୍ରବେଶ କରିଥାଏ । ପରେ କିପରି ମସ୍ତିଷ୍କ ପର୍ୟ୍ୟନ୍ତ ଯାଇ ମୃତ୍ୟୁର କାରଣ ପାଲଟୁଛି ସେ ସଂକ୍ରାନ୍ତ ଗବେଷଣା ·ଲିଛି । କୁକୁର କାମୁଡିବାର ୨୦ରୁ ୯୦ଦିନ ମଧ୍ୟରେ ଭୂତାଣୁ ଶରୀର ଭିତରେ ସଂକ୍ରମଣ କରିଥାଏ । ଏହି ସମୟରେ ମଣିଷ କିଛି ଜାଣିପାରେନାହିଁ କି କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ୯୦ ଦିନ ପରେ ଲକ୍ଷଣ ପ୍ରକାଶ ପାଇଥାଏ । ଯାହାକି ରୋଗୀ ଗୁରୁତର ହୋଇ ପଡିବା ସହ ମୃତ୍ୟୁବରଣ କରିବା ଶତପ୍ରତିଶତ ଅ ।ଶଙ୍କା ହୋଇଯାଏ ।