ପାରାଦୀପ- କୁଜୁଙ୍ଗ ସବ୍- ଜଜ୍ ଏବଂ ଜେଏମଏଫସି କୋର୍ଟରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଂଚଳ ୩ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଜଗତସିଂପୁର ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ଓ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ଅଙ୍କୁଶ ଲାଗିବ । ଅତ୍ୟାବଶ୍ୟକ ସାମଗ୍ରୀ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଖୋଲା ରହିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ ବନ୍ଦ ରହିବ ।