କୁଳପତି ଦୌଡ଼ରେ ୧୪ ଅଣ-ଓଡ଼ିଆ ପ୍ରଫେସର୍

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଫକୀର ମୋହନ, ଉତର ଓଡ଼ିଶା, ଗଙ୍ଗାଧର ମେହେର, ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ନିୟୁକ୍ତ୍ ପ୍ରକ୍ରିୟା ଜାରି ରହିଛି । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୟନ କମିଟି ବୈଠକ ଡକାଯାଇ ନାହିଁ କି ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ହୋଇନି । କେବେ ହେବ ସେନେଇ ବି କେହି ମୁହଁ ଖୋଲୁ ନ ଥିବା ବେଳେ କୁଳପତି ଦୌଡ଼ରେ ରାଜ୍ୟ ବାହାରର ଅଣ-ଓଡ଼ିଆ ପ୍ରଫେସରଙ୍କୁ ଉତ୍କଳରୁ କୁଳପତି ହେବା ପାଇଁ ବହୁ ସଂଖ୍ୟକ ଅଣ-ଓଡ଼ିଆ ପ୍ରଫେସର ଉଚ୍ଛା ପ୍ରକଟ କରିଛନ୍ତି । କେବଳ ସାମିଲ ହୋଇଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୬ଟି ଯାକ ବିଶ୍ୱବିଦ୍ୟାଳୟ କୁଳପତି ଦୌଡ଼ରେ ଅଣ-ଓଡ଼ିଆ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୬ଟି ଯାକ ବିଶ୍ୱବିଦ୍ୟାଳୟ କୁଳପତି ଦୌଡ଼ରେ ଅଣ-ଓଡ଼ିଆ ପ୍ରଫେସର ରହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ସର୍ବାଧିକ ୧୪ ଜଣ ରହିଥିବା ବେଳେ ଖଲ୍ଲିକୋଟ ଓ ଫକୀରମୋହନ ଲାଗି ୧୨ ଜଣ ଲେଖାଏଁ, ଉତର ଓଡ଼ିଶା ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ୧୧ ଜଣ ଲେଖାଏଁ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ୬ ଜଣ ଅଣ-ଓଡ଼ିଆ ପ୍ରଫେସର ଆବେଦନ କରିଛନ୍ତି । ରାଜ୍ୟ ବାହାରେ ଥିବା ଓଡ଼ିଆ ପ୍ରଫେସର ବି କୁଳପତି ପଦ ଲାଗି ଆଶାୟୀ ଅଛନ୍ତି । ଉତର ବୂର୍ବ ଭାରତର ୩ଟି ବିଶ୍ୱବିଦ୍ୟାଳୟର ୩ ଜଣ ଓଡ଼ିଆ ପ୍ରଫେସର ୫ଟି କୁଳପତି ପଦ ଲାଗି ଆଶାୟୀ ଅଛନ୍ତି । ଉତର ପୂର୍ବ ଭାରତର ୩ଟି ବିଶ୍ୱବିଦ୍ୟାଳୟର ୩ ଜଣ ଓଡ଼ିଆ ପ୍ରଫେସର ୨ଟି ଲେଖାଏଁ, ଲକ୍ଷେ୍ନø ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର ୩ଟି ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଜଣେ ଗୋଟିଏ ଓ ଆଉ ଜଣେ ୨ଟି, ଜାମିଆ ମିଲିଆ ବିଶ୍ୱବଦ୍ୟାଳୟର ଜଣେ ପ୍ରଫେସର ୩ଟି, ଜଣେ ୨ଟି ଓ ଆଉ ଜଣେ ପ୍ରଫେସର ଗୋଟିଏ ବିଶ୍ୱବିଦ୍ୟାଳୟ କୁଳପତି ହେବା ଲାଗି ଆଶାୟୀ ଅଛନ୍ତି । ଯଦି ଦେଖାଯାଏ ଗତ ଦୁଇ ବର୍ଷ ହେଲା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ପ୍ରଫେସର ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି । ସେମାନଙ୍କ ସମୟରେ ବିଶ୍ୱବିଦ୍ୟାଳୟ କିଛିଟା ଉନ୍ନତି କରିଥିବା ବେଳେ ଅନେକ ସମୟରେ ବଦନାମ ମୁଣ୍ଡାଇଛି । ବିଶେଷକରି ଗତ ୩ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉତ୍କଳ ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ପାଠପଢ଼ା କ୍ଷେତ୍ରରେ ଉାଲ୍ଲଖନୀୟ ସଫଳତା ହାସଲ କରିପାରି ନାହିଁ ଗବେଷଣା ଏକପ୍ରକାର ଚୂଲିକୁ ଗଲାଣି । ନାକ୍ ‘ଏ+’ ଗ୍ରେଡ ମାନ୍ୟତା ପାଇଥିବା ଏହି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଲା ନାହିଁ । ବରଂ ଶ୍ରେଷ୍ଠ ଶହେ ବିଶ୍ୱବିଦ୍ୟାଳୟ ମଧ୍ୟକୁ ଆସି ନିଜକୁ ନିଜେ ବାହା ବା ଜଣାଇଲେ ଏବେକାର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ପରବର୍ତୀ କୁଳପତି ଚୟନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥର ରାଜ୍ୟ ବାହାରୁ କି ଭିତରୁ କୁଳପତି ଚୟନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Comments (0)
Add Comment