କୃଷି କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ବାଲିକୁଦା: କୃଷି କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବାଲିକୁଦା ନବ ନିର୍ମାଣ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ସାର କଳାବଜାରୀ ପ୍ରସଂଗରେ ସଂଗଠନ ଏହି ପନ୍ଥା ଆପଣେଇଥିଲା । ପରେ ସହକାରୀ କୃଷି ଅଧିକାରୀ ବଳଦେବ ମହାପାତ୍ର, ସହକାରୀ କୃଷି ଅଧିକାରୀ ସ୍ମୃତିକାନ୍ତ ଜେନା, ମାଛଗାଁ ସହକୃଷି ଅଧିକାରୀ ଯୁଗସ୍ମିତା ପାତ୍ର ପ୍ରମୁଖ ଆନେ୍ଦାଳନକାରୀ ମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହିତ ଅନେକ ସ୍ଥାନରେ ଚଢଉ କରାଯାଇ ସାର କଳାବଜାରୀ ଦିଗରେ ପଦକ୍ଷପ ନିଆ ଯାଇ ସାରିଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟ ପକ୍ଷରେ ଚାଷୀ ମାନଙ୍କ ଚାହିଦା ମୁତାବକ ସାର ସରକାରୀ ଦରରେ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଅବସରରେ ଶିକ୍ଷାବିତ୍ ଧର୍ମାନନ୍ଦ ଖଣ୍ଡୁଆଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବ୍ଲକ ସଂଯୋଜକ ରଘୁନାଥ ନାୟକ, ଜିଲ୍ଲା କମିଟି ସଦସ୍ୟ ବାବାଜୀ ଜେନା, ଜିଲ୍ଲା ସଂଯୋଜକ ଦୂର୍ଗାଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ମହାନ୍ତି, ବୈକୁଣ୍ଠ ବିଶ୍ୱାଳ, ବ୍ଲକ ସହ ସଂଯୋଜକ ମିଟୁ ଦାସ, ସମିତିସଭ୍ୟ ଶୁଭେନ୍ଦୁ ଭୋଳ, ରଶ୍ମିରଂଜନ ରଥ, ଦେବାଶିଷ ଦାସ, ସୁବାଷ ମହାନ୍ତି, ବିଜୟ କିଶୋର ବିଶ୍ୱାଳ, ରବୀନ୍ଦ୍ର ରାଉତ, ବିଭୁତି ପରିଡ଼ା, ଜୟପ୍ରକାଶ ମହାନ୍ତି, ସରୋଜ ସାହ. ସଂଜୟ ଭୋଳ, ବୀରକିଶୋର ସେନାପତି ପ୍ରମୁଖ ସାମିଲ ଥାଇ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ ।

Comments (0)
Add Comment