କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ର ଶୈଳୀ, ବ୍ୟାକରଣ ଓ ରାଗଶାସ୍ତ୍ର ୨୦୦୦ ବର୍ଷ ପୁରୁଣା । ଏ ବିଷୟରେ ଲିଖିତ ଭାବେ ବର୍ଣ୍ଣିତ ଅଛି । ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ରହିଛି । ତେଣୁ କେନ୍ଦ୍ର ସରକାର ଏହାର ବିଭିନ୍ନ ଦିଗକୁ ବିଚାର କରି ଏହି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଧୀରୁ ଓଡ଼ିଶା ସଙ୍ଗୀତ ରାୟନ ପରମ୍ପରା ରହିଆସିଛି । ଏହାର ସ୍ୱତନ୍ତ୍ର ତାଳ ଓ ଲୟ ଶୈଳୀ ହିନ୍ଦୁସ୍ତାନୀ ଓ କର୍ଣ୍ଣଟକ ସଙ୍ଗୀତଠାରୁ ଭିନ୍ନ । ରାଜ୍ୟ ସରକାର ଏହାର ଉକôର୍ଷ ପାଇଁ ଅନେକ ପଦକ୍ଷେପ ନେଇସାରିଛନ୍ତି । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମି ଗଠନ କରାଯାଇ ସଙ୍ଗୀତ, ନୃତ୍ୟ ଓ ନାଟକର ପ୍ରଚାର ଓ ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ୧୯୯୯ ମସିହାରୁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ମଧ୍ୟ ସଂସ୍କୃତି, କଳା, ସଙ୍ଗୀତ ବିଶ୍ୱବିଦ୍ୟାଳୟ ଅଧୀନରେ ମଧ୍ୟ ସଂସ୍କୃତି, କଳା, ସଙ୍ଗୀତ ଓ ପରମ୍ପରାକୁ ଗୁରୁତ୍ୱ ଦେଇ ଶିକ୍ଷା ଦିଆଯାଉଛି । ଭାରତୀୟ ସଂସ୍କୃତିକୁ ସମୁଦ୍ଧ କରିବାରେ ଓଡ଼ିଶୀ ସଙ୍ଗୀତର ଯଥେଷ୍ଟ ଅବଦାନ ରହିଛି । ବହୁ ଓଡ଼ିଶା ନାଟ୍ୟକାର, ଭାସ୍କର୍ଯ୍ୟ, ଚିତ୍ରଶିଳ୍ପୀ ନୃତ୍ୟ ନିର୍ଦେଶକମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି ।
ପୂର୍ବରୁ ଓଡ଼ିଶୀ ନୃତ୍ୟ ମଧ୍ୟ ଏହାର ସ୍ୱତନ୍ତ୍ର ଭଙ୍ଗୀ, ଠାଣୀ, ଲାଳିତ୍ୟ, ମୁଦ୍ରା ଇତ୍ୟାଦି ପାଇଁ ଶାସ୍ତ୍ରୀୟ ଶୈଳୀର ମାନ୍ୟତା ପାଇଛି । କିନ୍ତୁ ଓଡ଼ିଶୀ ସଙ୍ଗୀତ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ପାଇଛି । କିନ୍ତୁ ଓଡ଼ିଶୀ ସଙ୍ଗୀତ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ପାଇଛି । କିନ୍ତୁ ଓଡ଼ିଶୀ ସଙ୍ଗୀତ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ପାଇନାହିଁ । ଗତ ୨ ତାରିଖରେ ରାଜ୍ୟ ସରକାର ଐତିହ୍ୟ କ୍ୟାବିନେଟ୍ରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ନିଷ୍ପତି ନେଇସାରିଛନ୍ତି । ଏସବୁ ଦୃଷ୍ଟିରୁ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦନା କଲେ ରାଜ୍ୟବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇପାରିବ । ଚିଠି ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପ୍ରଦତ ଏକ ସଂକ୍ଷିପ୍ତ ରିପୋର୍ଟ ମଧ୍ୟ ସଂଲଗ୍ନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

Comments (0)
Add Comment